ଆଞ୍ଚଳିକ

ସାଇବର କ୍ରାଇମ୍ ବୃଦ୍ଧି ପାଇବାର କାରଣ ହେଉଛି ସଚେତନତାର ଅଭାବ

Spread the love

ସଚେତନତା ଅଭାବରୁ ସାଇବର କ୍ରାଇମ୍ ବୃଦ୍ଧି ପାଉଛି। ସାଇବର ଅପରାଧ, ଡିଜିଟାଲ ଦୁନିଆରେ ସର୍ବସାଧାରଣ କିପରି ସୁରକ୍ଷିତ ରହିବେ ସେ ନେଇ ଓଡ଼ିଶା ସରକାର ଏବଂ ଓଡ଼ିଶା ପୋଲିସଙ୍କର ସହଭାଗିତାରେ ସାଇବର ସୁରକ୍ଷା ଅଭିଯାନ 30 ସେପ୍ଟେମ୍ବରରୁ ଆରମ୍ଭ ହୋଇ 15 ଅକଟୋବର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛି।

ଆଜି କରଞ୍ଜିଆ ଥାନା ତରଫରୁ ଥାନ ଅଧିକାରୀ ସୁଚିନ୍ଦ୍ର ମହାଳିକଙ୍କ ଦ୍ୱାରା ଆୟାଜିତ ସାଇକେଲ ରାଲିକୁ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଏବଂ ଉପଜିଲ୍ଲାପାଳ ପ୍ରେମାଂସୁ ଚାନ୍ଦ, ସନମାନୀୟ ଅତିଥିରୂପେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ସାଇବର ସଚେତନତା ବାର୍ତ୍ତା ଦେବା ଅବସରରେ ସାଇକେଲ ରାଲିରେ କରଞ୍ଜିଆ ମହାବିଦ୍ୟାଳୟ ର ଏନସିସି ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନ, ମାରୱାଡି ଯୁବା ମଞ୍ଚ ସଂଗଠନ ଙ୍କ ସହିତ ବୁଦ୍ଧିଜୀବୀ, ସାମ୍ବାଦିକମାନେ ଯୋଗ ଦେଇ ନଗର ପରିକ୍ରମା କରାଯାଇ ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯାଉଥିବା ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *