ଦେଶ ବିଦେଶ

ମସ୍କୋ ଆତଙ୍କବାଦୀ ଆକ୍ରମଣ : ୧୧୫ ଛୁଇଁଲା ମୃତ୍ୟୁସଂଖ୍ୟା । ଆକ୍ରମଣ ପାଇଁ ପୁଟିନଙ୍କୁ ଦାୟୀ କଲା ୟୁକ୍ରେନ ଗୁଇନ୍ଦା ସଂସ୍ଥା ।

Spread the love

ମସ୍କୋ: ରୁଷିଆର ରାଜଧାନୀ ମସ୍କୋରେ ଶୁକ୍ରବାର ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି। ଆକ୍ରମଣକାରୀମାନେ ଏକ ଉଚ୍ଚ ସ୍ଥାନରେ ରହି ଗୁଳି ଚଳାଇଥିଲେ । ମୃତ ୧୫୦ ଜଣଙ୍କ ମଧ୍ୟରୁ ୩ ଜଣ ଶିଶୁ ମଧ୍ୟ ଅଛନ୍ତି ।

ଏହି ଆକ୍ରମଣ ପରେ ରୁଷର ସୁରକ୍ଷାବାହିନୀ ପକ୍ଷରୁ ୧୧ ଜଣଙ୍କୁ ଅଟକ ରଖାଯାଇଛି। ଗୁଳି ଚଳାଇବା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରେ ନିଆଁ ଲଗାଇ ଦେଇଥିଲେ। ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ରୁଷିଆର ଫେଡେରାଲ ସିକ୍ୟୁରିଟି ସର୍ଭିସ ମୁଖ୍ୟ ଶନିବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି ଯେ ଗିରଫ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣ ଏହି ଆକ୍ରମଣରେ ସିଧାସଳଖ ସମ୍ପୃକ୍ତ ଥିଲେ।

ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ୍ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ବିବୃତିରେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ତେବେ ୟୁକ୍ରେନର ସରକାରୀ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରେନଫର୍ମ ଏକ ଅଲଗା କଥା କହିଛି । ୟୁକ୍ରେନ ଗୁଇନ୍ଦା ଏଜେନ୍ସିକୁ ଉଦ୍ଧାର କରି ଏହି ଏଜେନ୍ସି କହିଛି ଯେ ଏହି ଆକ୍ରମଣ ନିଜେ ପୁଟିନ ନିଜର ସ୍ପେଶାଲ ଫୋର୍ସ ଦ୍ବାରା କରାଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରି ଆକ୍ରମଣ କରିବା ଲକ୍ଷ୍ୟରେ ଏହା କରାଯାଇଛି । ନିଜର ଶାସନ ଆରମ୍ଭରେ କ୍ଷମତାରେ ନିଜର ନିୟନ୍ତ୍ରଣ ପାଇଁ ପୁଟିନ ଏହା କରିଥିଲେ ।

Leave a Reply

Your email address will not be published. Required fields are marked *