ଦେଶ ବିଦେଶ

ବାଲକୋନୀରୁ ଖସି ହଲିଉଡ୍‌ ଜଗତର ପ୍ରସିଦ୍ଧ ବ୍ରିଟିଶ ପପ୍‌ ଗାୟକ ଲିଆମ ଜେମ୍‌ସ ପେନ୍‌ଙ୍କ ମୃତ୍ୟୁ

Spread the love

ହଲିଉଡ୍‌ ଜଗତର ପ୍ରସିଦ୍ଧ ବ୍ରିଟିଶ ପପ୍‌ ଗାୟକ ଲିଆମ ଜେମ୍‌ସ ପେନ୍‌ଙ୍କ ମୃତ୍ୟୁ ଘଟିଛି। ଆର୍ଜେଣ୍ଟିନାର ଏକ ହୋଟେଲ ବାଲକୋନୀରୁ ଖସି ତାଙ୍କର ମୃତ୍ୟୁ ଘଟିଛି। ୩୧ ବର୍ଷୀୟ ପେନ୍‌ଙ୍କ ମୃତ୍ୟୁରେ ସମଗ୍ର ହଲିଉଡ୍‌ ଜଗତରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ବ୍ରିଟିଶ ପପ୍‌ ଗାୟକ ପେନ୍‌ ଆର୍ଜେଣ୍ଟିନାର ବୁଏନୋସ ଏୟାରସ୍‌ସ୍ଥିତ କାସାସୁର ପାଲେର୍ମୋ ହୋଟେଲରେ ରହୁଥିଲେ। ସେ ବାଲକୋନୀରୁ ଖସିପଡ଼ିଥିଲେ ବୋଲି ପୁଲିସ କହିଛି। ତେବେ କିପରି ଅବସ୍ଥାରେ ସେ ଖସିପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ। କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ପେନ୍‌ କୌଣସି କାରଣକୁ ନେଇ ଅଶାନ୍ତ ଥିବା ଜଣାପଡ଼ୁଥିଲା। କାରଣ ସେ ହୋଟେଲ ଲବିରେ ହଠାତ ରାଗିଯାଇ ନିଜ ଲାପଟପକୁ ଭାଙ୍ଗି ଦେଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ଖବର ଶୁଣିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *