ଅଷ୍ଟ୍ରେଲିଆନ୍ ୨୦୨୫ର ପୁରୁଷ ଫାଇନାଲ୍ ମ୍ୟାଚ୍ ଓପନ୍ ଜିତିଲେ ୟାନିକ ସିନର
ଅଷ୍ଟ୍ରେଲିଆନ୍ ଓପନ୍ ଜିତିଲେ ୟାନିକ ସିନର| ଅଷ୍ଟ୍ରେଲିଆନ୍ ଓପନରେ ଗତ ଦୁଇ ସପ୍ତାହ ଧରି ୟାନିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିଲେ। କିନ୍ତୁ ଏହା ତାଙ୍କ ଖେଳକୁ ପ୍ରଭାବିତ କରିନଥିଲା। ଏହା ସହ ସେ କ୍ରମାଗତ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛନ୍ତି।ଏହି ମ୍ୟାଚରେ ୟାନିକ୍ ସିନର ଆଲେକଜାଣ୍ଡର ଜେଭେରେଭଙ୍କୁ ସିଧାସଳଖ ସେଟ୍ ରେ ପରାସ୍ତ କରିଥିଲେ। ୟାନିକ୍ ସିନର୍ ୬-୩, ୭-୬(୪), ୬-୩ରେ ମ୍ୟାଚ୍ ଜିତିଥିଲେ। ଦୁଇ ଖେଳାଳିଙ୍କ ମଧ୍ୟରେ ଏହି ମ୍ୟାଚ୍ ୨ ଘଣ୍ଟା ୪୨ ମିନିଟ୍ ଧରି ଚାଲିଥିଲା।

