ଦେଶ ବିଦେଶ

୪ ରାଜ୍ୟରେ ଆସନ୍ତାକାଲି ପୁଣି ହେବ ମକଡ୍ରିଲ

Spread the love

ପାକିସ୍ତାନ ସୀମାବର୍ତ୍ତି ୪ ରାଜ୍ୟରେ ଆସନ୍ତାକାଲି ପୁଣି ହେବ ମକଡ୍ରିଲ ।  କଶ୍ମୀରଠୁ ନେଇ ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଭଳି ରାଜ୍ୟରେ ଏହି ମକଡ୍ରିଲ କରାଯିବ ।  ଏହି ସମୟରେ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜୁରାଟରେ ମକଡ୍ରିଲ କରିବାକୁ ଆଦେଶ ଦେଇଛନ୍ତି ସରକାର ।

ଏହି ୪ ରାଜ୍ୟର ସୀମା ପାକିସ୍ତାନକୁ ଲାଗି ରହିଛି ।  ତେଣୁ ଏହି ମକଡ୍ରିଲ ବେଶ୍ ଗୁରତ୍ବ ବହନ କରୁଛି ।  ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ସହ ବଢୁଥିବା ଉତ୍ତେଜନା ଭିତରେ କେନ୍ଦ୍ର ସରକାର ମେ ୭ ତାରିଖରେ ଦେଶର ୨୪୪ ଜିଲ୍ଲାରେ ମକଡ୍ରିଲ କରିବାକୁ ଏଲାନ କରିଥିଲେ ।  କିନ୍ତୁ ମେ ୬-୭ ତାରିଖରେ ଭଆରତ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା ।  ୨୫ ମିନିଟ ପର୍ଯନ୍ତ ଚାଲିଥିବା ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ୯ ଆତଙ୍କୀ ସଙ୍ଗଠନକୁ ଧ୍ବଂସ କରିଥିଲା ।

ଏବେବି ଅପରେସନ ସିନ୍ଦୂର ଜାରି ରହିଥିବା ବେଳେ ପୁଣି ମକଡ୍ରିଲ ହେଉଥିବାରୁ ପୁରା ଦେଶ ଏହାକୁ ବେଶ୍ ଗୁରୁତ୍ବ ଦେଉଛି ।  ସେପଟେ ବଢ଼ିବ ତିନି ସେନାର ଏକତା ଏବଂ କମାଣ୍ଡ ଦକ୍ଷତା ।  ଭାରତ ସରକାର ଇଣ୍ଟର-ସର୍ଭିସେସ୍ ଅର୍ଗାନାଇଜେସନ୍ (କମାଣ୍ଡ, କଣ୍ଟ୍ରୋଲ ଆଣ୍ଡ ଡିସିପ୍ଲିନ) ଆଇନ ୨୦୨୩ ଅଧୀନରେ ନିୟମାବଳୀ ଜାରି କରିଛନ୍ତି ।

ଯାହା ୨୦୨୫ ମଇ ୨୭ ରୁ କାର୍ଯ୍ୟକାରୀ ହେବ। ଏହା ସଶସ୍ତ୍ର ବାହିନୀରେ ଏକତା ଏବଂ କମାଣ୍ଡ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।   ଇଣ୍ଟର-ସର୍ଭିସେସ୍ ଅର୍ଗାନାଇଜେସନ୍ (ଆଇଏସଓ) ର କମାଣ୍ଡ, କଣ୍ଟ୍ରୋଲ ଏବଂ ପରିଚାଳନା ଦକ୍ଷତାକୁ ମଜବୁତ କରିବ ଏହି ନିୟମ ।  ଏହି ଆଇନ ୨୦୨୩ ମୌସୁମୀ ଅଧିବେଶନ ସମୟରେ ସଂସଦର ଉଭୟ ଗୃହ ଦ୍ୱାରା ପାରିତ ହୋଇଥିଲା ।  ୨୦୨୩ ଅଗଷ୍ଟ ୧୫ ରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିଲା ।

Leave a Reply

Your email address will not be published. Required fields are marked *