ରାଜ୍ୟ

ମହାନଦୀରେ ବୁଡ଼ି ଚାଲିଗଲା ଦୁଇ ଜଣଙ୍କ ଜୀବନ

Spread the love

କଟକ ଶିଖରପୁରଠାରେ ମହାନଦୀରେ ବୁଡ଼ି ଚାଲିଗଲା ଦୁଇ ଜଣଙ୍କ ଜୀବନ। ଆଜି ପ୍ରାୟ ଦିନ ୨ଟା ସମୟରେ ଜୋବ୍ରା ଅଞ୍ଚଳର ୬ଜଣ ଯୁବକ ନଦୀକୁ ଗାଧୋଇବାକୁ ଆସିଥିବାବେଳେ ତିନି ଜଣ ବୁଡ଼ି ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀର କର୍ମଚାରୀମାନେ । ମୃତକଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାବେଳେ ଜଣେ ସାବାଳକ । ତେବେ ନଦୀରେ ଗାଧୋଇବାକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।

Leave a Reply

Your email address will not be published. Required fields are marked *