ରାଜ୍ୟ

ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ

Spread the love

କୋଇଲା ନେବାକୁ ଆସିଥିବା ରେଳଡବାରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି ।କୋଇଲା ନେବା ପାଇଁ ଏକ ରେଳଡବା ଛତିଶଗଡ଼ ଅଗଲତାରାରୁ ଝାରସୁଗୁଡା ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ ଆସିଥିଲା । ଏହି ରେଳଡବାରେ କୋଇଲା ବୋଝେଇ କରିବା ସମୟରେ କର୍ମଚାରୀମାନେ ଏକ ଅଖା ପଡିଥିବାର ଦେଖିଥିଲେ । ଉକ୍ତ ଅଖାରେ ଜଣେ ମହିଳାଙ୍କ ମୃତଦେହ ରହିଥିବାର ଦେଖିଥିଲେ । ଏହା ଦେଖି ତୁରନ୍ତ ରେଳବାଇ ପୋଲିସକୁ ଖବର ଦେଇଥିଲେ ରେଳ ବିଭାଗର କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *