ରାଶିଫଳ

ଆଜିର ରାଶିଫଳ

Spread the love

ମେଷ : ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦର ସମ୍ମୁଖୀନ ହେବେ । ପଡ଼ୋଶୀଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧା ଭୋଗିବେ । ଇଚ୍ଛାନଥିଲେ ମଧ୍ୟ ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ ।

ବୃଷ : ଆର୍ଥିକ ସହାୟତା ପ୍ରଦାନ କରି ବନ୍ଧୁଙ୍କୁ ଆପଣାର କରାଇପାରନ୍ତି । ରାଜନୀତି, ସଭାସମିତି ଓ ସଂଗଠନ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେତୁ ମନସ୍ତାପ କରିବେ । ବ୍ୟବସାୟ, ପରିବହନ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ ।

ମିଥୁନ : ବିଳାସପ୍ରିୟ ଜୀବନଯାପନର ଖୋରାକ ପାଇପାରିବେ।  କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପରିବାର ଭିତରେ ବିବାଦ ଦେଖାଦେଇପାରେ । ପରିବାରରେ କାହାର ଦେହ ଖରାପକୁ ନେଇ ଚିନ୍ତାରେ ରହିପାରନ୍ତି ।

କର୍କଟ : ସ୍ବାସ୍ଥ୍ୟହାନି ସାଙ୍ଗକୁ ପ୍ରତ୍ୟେକ କାମରେ ସମସ୍ୟାର ସମ୍ମୁଖୀନ ହେବେ । ସାମାଜିକ, ପାରିବାରିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତା ହେତୁ ସଫଳତା ମିଳିବ । ସହକର୍ମୀଙ୍କ ସହ କଥା କଟାକଟି ଦେଖାଦେବାରୁ ମତାନ୍ତରର ସମ୍ଭାବନା ରହିଛି ।

ସିଂହ : ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରି ନିଜେ ଚର୍ଚ୍ଚାର ପରିସରକୁ ଆସିପାରନ୍ତି । ମନକଥା ମନରେ ରଖି ବାହାରକୁ ଠିକ୍‌ ଭାବେ କାମ କରିବାର ଅଭିନୟ କରିପାରନ୍ତି । ନିଜ ପରିସର ବ୍ୟକ୍ତି ବିଶେଷଙ୍କ ସାହାଯ୍ୟରେ ନୂତନ କର୍ମାରମ୍ଭ କରି ଖୁସି ହେବେ ।

କନ୍ୟା : ଆଜି ଆପଣ କିଛି କଥାକୁ ନେଇ ଖୁସି ରହିବେ । ବିଭିନ୍ନ ସଙ୍ଗଠନରେ ସାମିଲ ହୋଇ ପ୍ରଶଂସିତ ହେବା ଯୋଜନା କରିବେ । ବ୍ୟବସାୟରେ ଲାଭ, ଯାତ୍ରାରେ ସଫଳତା ସହ ବନ୍ଧୁ ସମ୍ପର୍କ ଦୃଢ଼ୀଭୂତ ହୋଇପାରିବ ।

ତୁଳା : ଆଜି ଆପଣ କୌଣସି ବଡ଼ ସମସ୍ୟାର ସମ୍ମୁଖୀନ ହୋପାରନ୍ତି । ଭାଙ୍ଗି ପଡିଥିବା ସମ୍ପର୍କ ଯୋଡିବା ସକାଶେ ଅନ୍ୟର ସାହାଯ୍ୟ ପ୍ରାର୍ଥୀ ହେବାକୁ ପଡ଼ିବ । ସନ୍ତାନଙ୍କ ସମସ୍ୟାଜନିତ ଅନ୍ୟମନସ୍କତା କାରଣରୁ ମାନସିକ ବ୍ୟଥା ଅନୁଭବ କରିବେ ।

ବିଛା : ପାରିବାରିକ ସମସ୍ୟା ଭିତରେ ଭିତରେ କୁହୁଳୁଥିଲେ ମଧ୍ୟ କିଛି ଅସୁବିଧା ହେବନାହିଁ । ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ କେତେକାଂଶରେ ଉପକୃତ ହେବେ । ପ୍ରଶାସନିକ ସ୍ତରରେ ମତାନ୍ତର ଜନିତ କାର୍ଯ୍ୟହାନି ଘଟିପାରେ ।

ଧନୁ : କେତେକ ଅସଜଡ଼ା କାମଜନିତ ବିଶୃଙ୍ଖଳା ଦୁଶ୍ଚିନ୍ତାର କାରଣ ହେବ । ବନ୍ଧୁଙ୍କ ସହ ସତ୍‌ସଙ୍ଗ, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ । ମାଲି ମକଦ୍ଦମା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସମ୍ପର୍କୀୟ ସମସ୍ୟା ଦୂର ହେବ ।

ମକର : କାମର ଚାପ ମାନସିକ ଅସ୍ଥିରତା ସୃଷ୍ଟି କରିବ ।  କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି ପାଇଁ ଦିନଟି ବହୁତ ଭଲ । ଯାତ୍ରା, ବାଣିଜ୍ୟ ଓ ପାରିବାରିକ କ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହେବେ ।

କୁମ୍ଭ : କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିବା ହେତୁ ବ୍ୟସ୍ତତା ଅନୁଭବ କରିବେ । ଦୂରଯାତ୍ରା ଓ କୌଣସି ଧାର୍ମିକ କାମ ସକାଶେ ବିଭିନ୍ନ ଯୋଜନା କରିବେ । କୌଣସି କ୍ଷେତ୍ରରେ ଭାବିଚିନ୍ତି କାମ ନ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ ।

ମୀନ : ନିର୍ମାଣାଧୀନ ଗୃହସୀମା କିମ୍ବା ଜମିବାଡ଼ି ସମ୍ପର୍କରେ ବିବାଦ ଲାଗିପାରେ । ସଭାସମିତି, ଆନୁଷ୍ଠାନିକ କାମ, ପରିବହନ ଓ ରପ୍ତାନି ବାଣିଜ୍ୟରୁ ଖୁସି ରହିବେ । ଋଣ ପରିଶୋଧ, ଶତ୍ରୁତା କିମ୍ବା ବନ୍ଧୁଙ୍କ ନୀରବତା ମନକୁ ଦୁଃଖ କରିଦେଇପାରେ ।

Leave a Reply

Your email address will not be published. Required fields are marked *