ଦେଶ ବିଦେଶ

ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ

Spread the love

ବିଶ୍ୱର ଅନ୍ୟତମ ଭାରତୀୟ ଧନୀବ୍ୟକ୍ତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ କାରବାର ନେଇ ଆମେରିକା କୋର୍ଟରେ ଚାର୍ଜଫ୍ରେମ । ନ୍ୟୁୟର୍କ ଫେଡେରାଲ କୋର୍ଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସୌରଶକ୍ତି ଯୋଗାଣ ଚୁକ୍ତିନାମା ପାଇବା ପାଇଁ ଆଦାନୀ ଗ୍ରୁପ ଭାରତୀୟ ସରକାରୀ ଅଧିକାରୀଙ୍କୁ ୨୬୫ ନିୟୁତ ଡ଼ଲାର ଲାଞ୍ଚ ଦେବାକୁ ରାଜି ହୋଇଥିଲେ । ଏହାଦ୍ବାରା ଆଦାନୀ ଗ୍ରୁପ ୨୦ବର୍ଷ ମଧ୍ୟରେ ୨ ବିଲିୟନ ଡ଼ଲାର ଲାଭ ପାଇବାର ଆଶା ରହିଥିଲା । ଭାରତର ସବୁଠୁ ବଡ଼ ସୋଲାର ପାୱାର ପ୍ଲାଣ୍ଟ ପ୍ରକଳ୍ପ ନିର୍ମାଣ କରିଥାନ୍ତା ।

ଏହି ଲାଞ୍ଚ କାରବାର ଆମେରିକାର ଲାଞ୍ଚ ବିରୋଧୀ ବୈଦେଶିକ ଦୁର୍ନୀତି ଆଇନର ଉଲ୍ଲଂଘନ ହୋଇଥିବା କୋର୍ଟରେ ଦର୍ଶାଯାଇଛି । ଏହି ମାମଲାରେ ଗୌତମ ଆଦାନୀ, ସାଗର ଆଦାନୀଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆମେରିକା କୋର୍ଟ ୱାରେଣ୍ଟ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *