ଜାତୀୟ

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୪ ମୃତ

Spread the love

ଉତ୍ତରପ୍ରଦେଶରେ ଅଘଟଣ। ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ।ତେବେ ଉତ୍ତରପ୍ରଦେଶର ଫିରୋଜାବାଦରେ ଘଟିଛି ଏଭଳି କିଛି ଭୟଙ୍କର ବିସ୍ଫୋରଣ | ଫଳରେ ଚାଲିଗଲା ୪ ଜଣଙ୍କ ଜୀବନ। ୬ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଯାହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ତେବେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ହଠାତ ବାଣ ଗୋଦାମରେ ନିଆଁ ଲାଗିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ,ଗୋଦାମ ଚାରିପାଖରେ ଥିବା ୧୨ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଘର ଗୁଡ଼ିକର ଛାତ ଉଡ଼ି ଯାଇଛି ଏବଂ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଛି । ଏଥିରେ ପ୍ରାୟ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ୬ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ , ନୌଶହେରା ଗରେ ବାଣ ବ୍ୟବସାୟ ବର୍ଷ ବର୍ଷ ଧରି ଚାଲିଆସୁଛି । ଏହା ପୂର୍ବରୁ ମଧ୍ୟ ଛୋଟ ମୋଟ ଦୁର୍ଘଟଣା ଘଟିଛି । କିନ୍ତୁ ଏହି ବିସ୍ଫୋରଣ ଏପର୍ଯ୍ୟନ୍ତର ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି ।

ସେପଟେ ସୂଚନା ମିଳିବା ପରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆଇଜି ଜୋନ୍ ଆଗ୍ରା ମଧ୍ୟ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଧ୍ୱଂସାବଶେଷ ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକାଂଶଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ତେବେ ବିନା ଲାଇସେନ୍ସରେ ବେଆଇନ ଭାବେ ଏଠାରେ ବାଣ ଗୋଦାମ ଚାଲିଥିଲା । ଆବାସିକ ଅଞ୍ଚଳରେ ଏହିପରି ଗୋଦାମର ଲାଇସେନ୍ସ ଦିଆ ଯାଇନଥାଏ । ତେଣୁ ଏହି ପ୍ରସଙ୍ଗରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଗ୍ରା ରେଞ୍ଜ ଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *