ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା , ୧୦ ମୃତ ଆଶଙ୍କା
ପ୍ରୟାଗରାଜ ମହାକୁମ୍ଭରେ ଅଧିକ ଭିଡ କାରଣରୁ ଦଳାଚକଟା । ଜାନୁୟାରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଏଯାଏଁ ୧୫ କୋଟି ଲୋକଙ୍କ ସମାଗମ ହୋଇଥିବା ବେଳେ ଆଜି ମୌନୀ ଅମାବାସ୍ୟା ପାଇଁ ୧୦ କୋଟି ଲୋକଙ୍କ ସମାଗମ ହୋଇଛି । ଆଉ ଏହି ଭିଡ ହିଁ ଦଳାଚକଟାର ବଡ କାରଣ ସାଜିଛି । ସେପଟେ ଅଘଟଣ ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ଥିତି ସମ୍ପର୍କରେ ପଚାରି ବୁଝି ସବୁ ସହାୟତା ଦେବାକୁ କହିଛନ୍ତି । ଦଳାଚକଟାରେ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପ୍ରୟାଗରାଜ ମେଡିକାଲରେ ଭର୍ତ୍ତି କରାଯାଇଛି ।

