ଦେଶ ବିଦେଶ

ଜ୍ଞାନବ୍ୟାପୀ ମାମଲା; ଏଏସଆଇ ଟିମ୍‌ର ସର୍ଭେ ଆରମ୍ଭ, ଅଗଷ୍ଟ ୪ରେ ରିପୋର୍ଟ ପ୍ରଦାନ

Spread the love

ଜ୍ଞାନବ୍ୟାପୀ ମାମଲାରେ ସର୍ଭେ ଆରମ୍ଭ । ସକାଳ ୭ଟାରେ ଏଏସଆଇ ଟିମ୍ ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ପହଞ୍ଚି ସର୍ଭେ ଆରମ୍ଭ କରିଛି । ସର୍ଭେକ୍ଷଣ ପରେ ଅଗଷ୍ଟ ୪ତାରିଖରେ ବାରଣାସୀ ଜିଲ୍ଲା କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ବିଚାରପତି ଜଷ୍ଟିସ୍ କେ. ବିଶ୍ବେଶ ଶୁକ୍ରବାର ଜ୍ଞାନବ୍ୟାପୀ ମାମଲାର ଶୁଣାଣି କରି ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ମୁସଲିମ୍ ପକ୍ଷ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏଏସଆଇ ଟିମ୍ ସର୍ଭେ ଉପକରଣ ସହିତ ଉତ୍ତରପ୍ରଦେଶ ବାରଣାସୀ ଥିବା ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ସର୍ଭେ ପାଇଁ ପହଞ୍ଚିଛି । ଏହି ଟିମରେ ୪୩ଜଣ ସଦସ୍ୟ ରହିଛନ୍ତି । ଏଏସଆଇ ଟିମ୍ ସହିତ ୪ଜଣ ଆଇନଜୀବୀ, ଅର୍ଥାତ୍ ସମସ୍ତ ପକ୍ଷରୁ ଜଣିଏ ଲେଖାଏଁ ଓକିଲ ଉପସ୍ଥିତ ରହିଛନ୍ତି । ଏହାଛଡ଼ା ୪ଜଣ ମହିଳା ଅଧିକାରୀ ସର୍ଭେ ଟିମରେ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ, ସର୍ଭେ ପାଇଁ ଏଏସଆଇ ୪ଟି ଭିନ୍ନ ଭିନ୍ନ ଟିମ୍ ଗଠନ ହୋଇଛି । ସମସ୍ତ ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ସର୍ଭେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଯେଉଁଥିରେ ପଶ୍ଚିମ ଦ୍ବାର ପାଖରେ ଗୋଟିଏ ଟିମ୍, ଗୁମ୍ବଦ ସର୍ଭେ ପାଇଁ ଗୋଟିଏ ଟିମ୍, ଅନ୍ୟ ଏକ ଟିମ୍ ମସଜିଦ ଚାରିପାର୍ଶ୍ବ ଏବଂ ଗୋଟିଏ ଟିମ୍ ପରିସରରେ ସର୍ଭେ କରୁଛି । କ’ଣ ଏହି ଘଟଣା: ୨୦୨୧ ମସିହା ଅଗଷ୍ଟ ମାସରେ ୫ଜଣ ମହିଳା ଜ୍ଞାନବ୍ୟାସୀ ମସଜିଦ୍ ନିକଟରେ ଥିବା ଶୃଙ୍ଗାର ଗୈରୀ ମନ୍ଦିରରେ ପ୍ରତିଦନ ପୂଜା ଓ ଦର୍ଶନ ପାଇଁ ବାରଣାସୀ ସିନିୟର ଡିଭିଜନ୍ କୋର୍ଟରେ ଆବେଦନ କରିଥିଲେ । ମହିଳାଙ୍କ ଯାଚିକା ଉପରେ ବିଚାରପତି ଜଷ୍ଟିସ୍ ରବି କୁମାର ଦିବାକର ମସଜିଦ୍ ପରିସରରେ ଆଡଭୋକେଟ୍ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶରେ ଗତବର୍ଷ ତିନି ଦିନ ସର୍ଭେ ହୋଇଥିଲା । ସର୍ଭେ ପରେ ମସଜିଦ୍ ପରିସରରେ ଶିବଲିଙ୍ଗ ସ୍ଥାପିତ ହୋଇଥିବାର ହିନ୍ଦୁ ପକ୍ଷ ଦାବି କରିଥିଲା । ହେଲେ ମୁସଲିମ୍ ପକ୍ଷ କହିବା ଅନୁଯାୟୀ, ଏଠାରେ ଶିବଲିଙ୍ଗ ନୁହେଁ ବରଂ ଫାଓ୍ବାର ରହିଛି ଯାହା ମସଜିଦରେ ଆସୁଛି । ଏହା ପରେ ହିନ୍ଦୁ ପକ୍ଷ ବିବାଦୀୟ ସ୍ଥାନକୁ ସିଲ୍ କରିବା ପାଇଁ କୋର୍ଟରେ ଆବେଦନ କରିଥିଲା । ଜିଲ୍ଲା କୋର୍ଟ ଏହାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ସର୍ବୋଚ୍ଚ ଅଦାଲତ ମମଲା ଶୁଣାଣି ପାଇଁ ଜିଲ୍ଲା କୋର୍ଟକୁ ଟ୍ରାନ୍ସଫର କରିଥିଲେ । ଏହା ପରେ ମାହିଳାମାନେ ଜ୍ଞାନବ୍ୟାପୀ ମସଜିଦର ବିବାଦୀୟ ସ୍ଥାନକୁ ଛାଡ଼ି ମସଜିଦ୍ ପରିସରକୁ ସର୍ଭେ କରିବା ପାଇଁ ଗୁହାରି କରିଥିଲେ । ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଏଏସଆଇ ଟିମ୍ ଆଜି ଠାରୁ ସର୍ଭେ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *