ଧରାପଡିଲା ପାକିସ୍ତାନର ଆଉ ଏକ ମିଛ, AI ମାଧ୍ୟମରେ ଖବରକାଗଜରେ ଏୟାରଫୋର୍ସକୁ କରିଥିଲା ମିଛ ପ୍ରଶଂସା
ପାକିସ୍ତାନ ଗୋଟିଏ ପରେ ଗୋଟିଏ ନୂଆ ମିଛ କହି ଚାଲିଛି । ଅପରେସନ ସିନ୍ଦୂର ପରେ ପାକିସ୍ତାନ ଏବେ ଆଉ ଏକ ମିଛ ଦାବି ଆରମ୍ଭ କରିଦେଇଛି । ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ଇସାକ ଦାର ଗୁରୁବାର ତାଙ୍କ ଦେଶର ବାୟୁସେନାକୁ ପ୍ରଶଂସା କରିଛନ୍ତି । ଏହାକୁ ବ୍ରିଟିଶ ଖବରକାଗଜ ଦି ଟେଲିଗ୍ରାଫରେ ରେ ମିଥ୍ୟା ପ୍ରଚାର କରିଥିଲା । କିନ୍ତୁ ଯାଞ୍ଚ ପରେ ଏବେ ମିଥ୍ୟା ତଥ୍ୟର ଖୁଲାସା ହୋଇଛି ଏବଂ ଏହା ନକଲି ବୋଲି ମଧ୍ୟ ପ୍ରମାଣିତ ହୋଇଛି ।
ସୂଚନାନୁଯାୟୀ, ବ୍ରିଟିଶ ଖବରକାଗଜ ଦି ଟେଲିଗ୍ରାଫରେ ଲେଖିଛି ଯେ, ’’ପାକିସ୍ତାନ ଏୟାରଫୋର୍ସ ଆକାଶର ରାଜା’’ । ଏହା ବ୍ୟତୀତ ପ୍ରଥମ ପୃଷ୍ଠାରେ ଯୁଦ୍ଧ ବିମାନର ଏକ ଫଟୋ ମଧ୍ୟ ସେୟାର କରିଛି । AIକୁ ଆଧାର କରି ଫଟୋ ସେୟାର କରିଥିଲେ ଏବଂ ଏୟାରଫୋର୍ସକୁ ପ୍ରଶଂସା କରିଥିଲେ । ଏହାକୁ ତିଆରି କରିବାବେଳେ ବ୍ରିଟିଶ ଖବରକାଗଜ ଡିଜାଇନ ଏବଂ ଶୈଳୀରେ ପ୍ରସ୍ତୁତ କରିଥିଲା । ପୃଷ୍ଠା ତିଆରିବେଳେ ଅନେକ ଭୁଲକୁ ଦର୍ଶାଇଥିଲା । ତଥ୍ୟ ଆଧାରରେ PIB ଏହାର ଭାଇରଲ ଫଟୋର ଯାଞ୍ଚ କରିଥିଲେ । PIB ଏସବୁ ତଥ୍ୟକୁ ଭୁଲ ବୋଲି ପ୍ରମାଣିତ କରିଛି । ଏହା ମଧ୍ୟ PIB ସ୍ପଷ୍ଟ କରିଛି ଯେ, ମେ୧୦ ୨୦୨୫ରେ ଦି ଟେଲିଗ୍ରାଫରେ ଏପରି କୈଣସି ଲେଖା ପ୍ରକାଶ ପାଇନାହିଁ ।
ଏହି ମିଥ୍ୟା ପ୍ରଚାରର ପର୍ଦ୍ଦାଫାସ ହେବା ପରେ ଡାରଙ୍କଠାରୁ ଏଯାବତ୍ କୌଣସି ସୂଚନା ମିଳିନାହିଁ । ଏପରି ଦାବି ପାକିସ୍ତାନ ଥରେ ନୁହେଁ ବାରମ୍ବାର କରୁଛି । ଯାହା ପାକିସ୍ତାନ ପାଇଁ ଲଜ୍ଜ୍ୟାଜନକ ।

