ଦେଶ ବିଦେଶ

ଆସନ୍ତାକାଲିଠୁ ମା ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା ବ୍ୟାନ

Spread the love

ସମ୍ବଲପୁର: ରବିବାରଠାରୁ ମା ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ବ୍ୟାନ ହେବ । ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତମାନଙ୍କୁ ଏସବୁ ଜିନିଷ ନଆଣିବା ପାଇଁ ଅନୁରୋଧ କରାଯାଇଛି । ରବିବାରୁଠାରୁ ମନ୍ଦିରର ସିକ୍ୟୁରିଟି ସଂସ୍ଥା ଦ୍ୱାରା ଭକ୍ତମାନଙ୍କୁ ଏନେଇ ସଚେତନ କରାଯିବ । ଯଦି କୌଣସି ବ୍ୟକ୍ତି ଏହି ନିୟମ ନମାନିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସିଥାନ୍ତି । ହେଲେ ମନ୍ଦିର ପରିସରରେ ପାନ, ଗୁଟଖା ଖାଇ ଲୋକେ ଛାପ ପକାଉଥିବାରୁ ପରିବେଶ ଦୂଷିତ ହେବା ସହିତ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ମନ୍ଦିରର ଭିତରର ପରିବେଶକୁ ସ୍ୱଚ୍ଛ ଏବଂ ସ୍ୱାସ୍ଥ୍ୟକର ରଖିବା ପାଇଁ ଏଭଳି ନିଷ୍ପତି ନେଇଛି ଟ୍ରଷ୍ଟ ବୋର୍ଡ ।

Leave a Reply

Your email address will not be published. Required fields are marked *