ଦେଶ ବିଦେଶ

ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଲେ ସାଂସଦ ସୁଜିତ କୁମାର

Spread the love

ଭୁବନେଶ୍ବର : ଉଭୟ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର। ସେ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି। ସାଧାଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଇସ୍ତଫା ଦେଲି ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ସୁଜିତ କୁମାର। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ବିତୀୟ ବିଜେଡି ରାଜ୍ୟସଭା ସାଂସଦ ଯିଏ ଦଳ ଛାଡ଼ିଛନ୍ତି। ଏହାପରେ ସୁଜିତ କୁମାର ବିଜେପିରେ ଯୋଗ ଦେଇପାରିନ୍ତି ବୋଲି ଚର୍ଚ୍ଚା ହେଉଛି।
ପୂର୍ବରୁ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ‘କମିଟି ଅନ୍ ପିଟିସନ୍ସ’ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ମିଳିଥିଲା। ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *