ସୈଫଙ୍କ ମେରୁଦଣ୍ଡରୁ ଅଢେଇ ଇଞ୍ଚର ଛୁରି ଖଣ୍ଡ ବାହାର କଲେ ଡାକ୍ତର
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଯୁବକକୁ ଗିରଫ କରିଛି ମୁମ୍ବାଇ ପୋଲିସର ସ୍ପେଶାଲ ଟିମ୍ । ଆକ୍ରମଣକାରୀ ସୈଫଙ୍କୁ ଛୁରାମାଡ କରିଥିଲା । ଅଭିନେତାଙ୍କ ମେରୁଦଣ୍ଡରୁ ଛୁରିର ଖଣ୍ଡ ବାହାର କରିଛନ୍ତି ଡାକ୍ତର ।ଲୀଲାବତୀ ହସପିଟାଲର ଡାକ୍ତର ସର୍ଜରୀ କରିବା ପରେ ସୈଫଙ୍କ ଶରୀରରୁ ୨.୫ ଇଞ୍ଚର ଛୁରି ବାହାର କରିଥିଲେ । ଆଜି ସୈଫ ଆଇସିୟୁରୁ ବାହାରିଛନ୍ତି । ତେବେ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି ।ତେବେ ପରିବାର ପାଇଁ ଜୀବନକୁ ବାଜିରେ ଲଗାଇଥିଲେ ସୈଫ ଅଲ୍ଲୀ ଖାନ । ପୁଅଙ୍କୁ ବଞ୍ଚାଇବାକୁ ଯାଇ ଆହତ ହୋଇଛନ୍ତି ସୈଫ ଅଲ୍ଲୀ ଖାନ । ଏହି ଘଟଣାରେ ସୈଫଙ୍କ ମେରୁଦଣ୍ଡ ନିକଟରେ ଗଭୀର ଆଘାତ ଲାଗିଛି । ନ୍ୟୁରୋ ସର୍ଜରୀ କରାଯାଇଛି । ଆକ୍ରମଣକାରୀ ରାତି ୧.୩୭ ମିନିଟରେ ସୈଫଙ୍କ ଘରୁ ପଶିଥିଲା । ଏହାପରେ ରାତି ୨.୩୩ ମିନିଟରେ ବାହାରକୁ ବାହାରିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

