ରାଜ୍ୟଆଞ୍ଚଳିକ

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

Spread the love

ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ କେଶୁରାସ୍ଥିତ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି | ଫାଉଣ୍ଡେସନର ଟ୍ରଷ୍ଟି ଅକ୍ଷୟ କୁମାର ପାଣି କାର୍ଯ୍ୟକର୍ମରେ ସଭାପତିତ୍ୱ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ତ୍ତା ‘ସୁସ୍ଥ ଆରମ୍ଭ ଓ ଆଶାନ୍ଵିତ୍ୱ ଭବିଷ୍ୟତ ‘ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ | କୁନି କୁନି ପିଲା ମାନେ କିପରି ସୁସ୍ଥ ଆଉ ଆରୋଗ୍ୟ ରହିବେ ସେ ବିଷୟରେ ମଧ୍ୟ ବାର୍ତା ଦେଇଥିଲେ |

ଅନ୍ୟମାନଙ୍କ ମଧ୍ୟ ରେ ଲାୟନ ସରୋଜ କୁମାର ପଟନାୟକ , ଲାୟନ ବିପିନ ବିହାରୀ ନାୟକ ,ନିଶାକର ରାଉତ ,ବ୍ରହ୍ମାକୁମାରୀ ଅପର୍ଣ୍ଣା ଦେବୀ ପ୍ରମୁଖ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଅନୁଷ୍ଠାନର ରାଜ୍ୟ ମୁଖ୍ୟ ରବିନ୍ଦ୍ରନାଥ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ମିଲନ ପ୍ରଧାନ, ବାଳକୃଷ୍ଣ ରାଉତ ,ସଞ୍ଜୟ କର ,ରାଜସ୍ମିତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ | ଶେଷରେ ପ୍ରିୟଦର୍ଶନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *