ରାଜ୍ୟ

କିଟ୍‌ ଛାତ୍ରୀନିବାସରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା

Spread the love

କିଟ୍‌  ଛାତ୍ରୀନିବାସରେ ଜଣେ ନେପାଳୀ  ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) ଙ୍କ ପକ୍ଷରୁ କରାଯାଇଥିବା ପ୍ରୋସିଡିଂ ଉପରେ ହାଇକୋର୍ଟ ସୋମବାର ରହିତାଦେଶ ଜାରି  କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏନ୍‌ଏଚ୍‌ଆର୍‌ସିଙ୍କ ଆଦେଶ ଆଧାରରେ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କିଟ୍‌ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌  ଏସ୍‌.କେ. ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟ ସରକାର, ଏନ୍‌ଏଚ୍‌ଆର୍‌ସି  ଏବଂ ଅନ୍ୟାନ୍ୟ ପକ୍ଷଙ୍କୁ ଜବାବ ଦାଖଲ  ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, କିଟ୍‌ରେ ପଢୁଥିବା ନେପାଳର ଜଣେ  ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହି  ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ  କମିଟି ପକ୍ଷରୁ ତଦନ୍ତ କରାଯାଇ କିଟ୍‌ ବିରୋଧରେ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏହି ଆଦେଶ ବିରୋଧରେ କିଟ୍‌ ପକ୍ଷରୁ ହାଇକୋର୍ଟରେ ଏକ ମାମଲା  ରୁଜୁ ହୋଇଥିଲା । ଅପରପକ୍ଷରେ  ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ  ଜାତୀୟ ମାନବାଧିକାର କମିସନ ଗତ  ମାର୍ଚ୍ଚ ୩ ତାରିଖରେ କଗ୍‌ନିଜାନ୍ସ ଗ୍ରହଣ  କରିଥିଲେ । ଏଥିସହ ତଦନ୍ତ ପାଇଁ  କମିସନ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ଏକ୍‌ ଫ୍ୟାକ୍ଟ  ଫାଇଣ୍ଡିଂ ଟିମ୍‌ ମଧ୍ୟ ଗଠନ କରାଯାଇଥିଲା ।  ଏହାପରେ ଏନ୍‌ଏଚ୍‌ଆର୍‌ସି ଟିମ୍‌ କିଟ୍‌  ଆସି ଘଟଣାର ତଦନ୍ତ କରିବା ସହ ଗତ  ମାର୍ଚ୍ଚ ୨୭ରେ ଆଦେଶ ମଧ୍ୟ ଦେଇଥିଲେ । ଏନ୍‌ଏଚ୍‌ଆର୍‌ସିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ  ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *