ଦେଶ ବିଦେଶ

ବଢ଼ିଲା ଏଲ୍‌ପିଜି ଦର

Spread the love

ଆଜିଠାରୁ ଏଲ୍‌ପିଜି ଗ୍ୟାସ୍‌ର ଦର ୬୨ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନି ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍‌ ଉପରେ ଏଲ୍‌ପିଜି ଦର ବୃଦ୍ଧି କରିଥିବା ସୂଚନା ରହିଛି। ଆଜିଠାରୁ ହିଁ ଏହି ବର୍ତ୍ତିତ ଦର ଲାଗୁ ହୋଇଛି। ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ହିଁ ଏଲ୍‌ପିଜି ସିଲିଣ୍ଡର୍‌ର ଦର ସ୍ଥିର ହୋଇଥାଏ। କମ୍ପାନି ନିଜର ଖର୍ଚ୍ଚ ଓ ମହଙ୍ଗାକୁ ଦୃଷ୍ଟିରେ ରଖି ଏହି ଦର ସ୍ଥିିର କରିଥାନ୍ତି।ଏହି ଦର ବଢ଼ିବା ପରେ ଦିଲ୍ଲୀରେ ସିଲିଣ୍ଡର୍‌ ଦର ୧୭୪୦ରୁ ବଢ଼ିକରି ୧୮୦୨ରେ ପହଞ୍ଚିଛି। ସେହିପରି କୋଲକାତାରେ ସିଲିଣ୍ଡର୍‌ର ଦର ୧୮୫୦.୫୦ରୁ ବୃଦ୍ଧି ପାଇ ୧୯୧୧.୫୦ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *