ପ୍ରକାଶ ପାଇଲା ଦଶମ ICSE ଓ ଦ୍ୱାଦଶ ICS ରେଜଲ୍ଟ, ଛାତ୍ରୀଙ୍କ ବାଜିମାତ୍
ଆଇସିଏସଇ ଦଶମ ଓ ଆଇସିଏସ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ସିଆଇଏସସିଇର ୱେବସାଇଟରେ ରେଜଲ୍ଟ ବାହାରିଛି । cisce.orgରେ ରେଜଲ୍ଟ ଦେଖି ପାରିବେ ପରୀକ୍ଷାର୍ଥୀ । ଉଭୟ ଶ୍ରେଣୀରେ ଝିଅଙ୍କର ବାଜିମାତ୍ କରିଛନ୍ତି ।
ଆଇସିଏସଇ ଦଶମରେ ୯୯.୦୯ ପ୍ରତିଶତ ପାସ୍ ହାର ରହିଛି । ସେହିପରି ଆଇଏସସିରେ ୯୯.୦୨ ପ୍ରତିଶତ ପାସ୍ ହାର ଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଆଇସିଏସଇରେ ଛାତ୍ରୀ ପୁଣି ବାଜି ମାରିଛନ୍ତି । ଆଇସିଏସଇ ଦଶମରେ ୯୯.୩୭ ପ୍ରତିଶତ ଛାତ୍ରୀ ଏବଂ ୯୮.୮୪ ପ୍ରତିଶତ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ୱେବ ସାଇଟ୍ ବ୍ୟତୀତ ପରୀକ୍ଷା ଫଳ ଡିଜି ଲକରରେ ମଧ୍ୟ ଉପଲବ୍ଧ ହୋଇଛି । ପରୀକ୍ଷା ଫଳକୁ ନେଇ କୌଣସି ସମସ୍ୟା ଥିଲେ ଜୁଲାଇରେ ପୁନଃ ପରୀକ୍ଷା ହେବ ।
କାଉନସିଲ ଫର୍ ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସାମିନେସନ ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା କରିଛି । ଦୁଇ ଶ୍ରେଣୀର ରେଜଲ୍ଟ ଆଜି ବୋର୍ଡ ମୁଖ୍ୟାଳୟରେ ଏକ ପ୍ରେସ୍ମିଟ ଜରିଆରେ ପ୍ରକାଶ ପାଇଛି । ସିଆଇଏସସିଇ ୱେବସାଇଟ cisce.orgରେ ରେଜଲ୍ଟ ଉପଲବ୍ଧ ହୋଇଛି । ଗତ ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଆଇସିଏସଇ ଦଶମ ପରୀକ୍ଷା ହୋଇଥିଲା । ଆଇଏସସି ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୩ରୁ ଏପ୍ରିଲ ୩ ତାରିଖ ଯାଏ ହୋଇଥିଲା । ଦେଶରେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

