ପାଣିପାଗ

କିଛି ଦିନର ଆଶ୍ୱସ୍ତି ପରେ ପୁଣି କଲବଲ କଲା ତାତି

Spread the love

କିଛି ଦିନର ଆଶ୍ୱସ୍ତି ପରେ ପୁଣି କଲବଲ କଲା ତାତି । ମୌସୁମୀରେ ଲାଗିଛି ବିରାମ । ମୌସୁମୀ ଫେରିବାରୁ ଗ୍ରୀଷ୍ମର ପ୍ରକୋପ ବଢିଛି । ଯାହା ଫଳରେ ତାତି ସହ ଗୁଳୁଗୁଳି ମଧ୍ୟ ଅସହ୍ୟ ହୋଇଛି । ମେଘ ମୁକ୍ତ ଆକାଶର ପ୍ରଭାବ ଯୋଗୁଁ ସାରା ରାଜ୍ୟରେ ଆଜି ତାପମାତ୍ରା ବୃଦ୍ଧି ପାଇଛି । ଆଜି ଦିନ ସାଢେ ୧୧ ସୁଦ୍ଧା ଭୁବନେଶ୍ୱରରେ ୩୭.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର ୩୮.୪ ଡିଗ୍ରୀ, ହୀରାକୁଦ ୩୭ ଡିଗ୍ରୀ, ଚାନ୍ଦବାଲି ଓ ସମ୍ବଲପୁରରେ ୩୬.୬ ଡିଗ୍ରୀ, ଝାରସୁଗୁଡାରେ ୩୬.୪ ଡିଗ୍ରୀ ଏବଂ ପାରାଦୀପରେ ୩୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଆସନ୍ତା ୫ ଦିନ ଯାଏଁ ରାଜ୍ୟର ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଆସନ୍ତା ୪ ଓ ୫ ତାରିଖ ପାଇଁ ପ୍ରବଳ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନା ଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲା ଯେପରିକି ପୁରୀ, ବାଲେଶ୍ୱର, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାୟୁମଣ୍ଡଳରେ ଆର୍ଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।

Leave a Reply

Your email address will not be published. Required fields are marked *