ପୁଣି ହାତୀ ଶାବକ ମୃତ !
ନରସିଂହପୁର : ପୁଣି ହାତୀ ଶାବକ ମୃତ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କଟକ ଜିଲ୍ଲା ନରସିଂହପୁର ପତ୍ରଭାଗ ଭମରା ବନ୍ଧ ନିକଟରେ ପୁଣି ହାତୀ ଛୁଆର ମୃତ୍ୟୁ ହୋଇଛି । ପ୍ରାୟ ୬ଦିନରୁ ଅଧିକ ହେବ ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୂର୍ବାଞ୍ଚଳ ବନବିଭାଗ ହାତୀ ଘଉଡ଼ାଇବା ଉଦ୍ୟମ ଜାରି ରଖିଥିବା ବେଳେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସରକାରଙ୍କ ରାଜସ୍ୱ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ହାତୀ ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି। ହେଲେ ବନବିଭାଗ ବାରମ୍ବାର ହାତୀ ମୃତ୍ୟୁର ଟେର ପାଉନଥିବା ଅଭିଯୋଗ ହୋଇଛି।ସେପଟେ ବନବିଭାଗ ପହଞ୍ଚି ତଦନ୍ତ ଚଳାଇଛି।

