କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା ।
କାକଟପୁର: ମାଆଙ୍କ ନବରାତ୍ର ପୂଜାର ଚତୁର୍ଥ ଦିନ । କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଆଜି ମାଆ ଦିନରେ କଳା କଲି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏବଂ ରାତିରେ ଭକ୍ତଙ୍କୁ ନାଲି କଲି ବେଶରେ ଦର୍ଶନ ଦେବେ ମାଆ । ମନ୍ଦିରରେ ମାଆଙ୍କ ଷୋଡଶ ଉପଚାର ପୂଜାର ଦ୍ୱାଦଶ ଦିନ ଆଉ ନବରାତ୍ର ପୂଜାର ଆଜି ଚତୁର୍ଥ ଦିନ । ପୀଠରେ ମାଆଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ପୀଠରେ ମାନସିକ ଧାରୀ ମହିଳା ମାନେ ଅଖଣ୍ଡ ଦୀପ ଜାଳି ମାଆଙ୍କ କୃପା ଲାଭ କରୁଛନ୍ତି । ପରମ୍ପରା ଅନୁଯାୟୀ, ମହିଷାସୁର ରୁପି ଦାନଵକୁ ବଧ କରିବାପାଇଁ ମାଆ ରତ୍ନଗିରି ବିଜେ କରି ମହିଷାସୁରକୁ ଠାବ କରିଛନ୍ତି । ଆସନ୍ତାକାଲି ଠାରୁ ମାଆଙ୍କ ବେଶରେ ପରିବର୍ତ୍ତନ ଆସିବ।

