ଶୋଇଥିବାବେଳେ କାମୁଡିଦେଲା ସାପ, ଗୋଟିଏ ପରିବାରର ଦୁଇ ମୃତ
ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଶିଶୁ ମୃତ l ମୃତ ଶିଶୁ ଦ୍ବୟ ଦେବଗଡ଼ ଥାନା ଅନ୍ତର୍ଗତ ଜାଂଗଲିକୁଦର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ଶିଶୁ ପୁତ୍ର ଗୌରାଙ୍ଗ ଦେହୁରୀ (14)ଓ ସୌଭାଗ୍ୟ ଦେହୁରୀ (8)l ଅନ୍ୟ ଦିନ ଭଳି ଗତକାଲି ରାତି ଖିଆପିଆ ସାରି ଘର ଚଟାଣରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏକ ବିଷାକ୍ତ ଚିତି ସାପ ଶିଶୁ ଦ୍ୱୟଙ୍କୁ କାମୁଡି ଥିଲା l ପରିବାର ଲୋକେ ସାପକୁ ପିଟି ମାରିଥିବା ବେଳେ ଶିଶୁ ଦ୍ବୟଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ l ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି l ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ମୃତ ଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବେଳେ କିଛି ସମୟ ପରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି l
