Uncategorized

ତୃତୀୟ ଦିନିକିଆରେ କର ବା ମର ସ୍ଥିତି, ସଂଧ୍ୟାରେ ଜୋରଦାର ଲଢେଇ କରିବ ଟିମ୍ ଇଣ୍ଡିଆ

Spread the love

ମଙ୍ଗଳବାର ୱେଷ୍ଟ-ଇଣ୍ଡିଜ ଓ ଭାରତ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସିରିଜ୍ ବରାବର କରିଛନ୍ତି । ଅନ୍ତିମ ଦିନିକିଆ ମ୍ୟାଚର ନିର୍ଣ୍ଣାୟକ ହେବ । ମଙ୍ଗଳବାର ସଂଧ୍ୟାରେ ତ୍ରିନିଦାଦରେ ଏହି ମୁକାବିଲା ଖେଳାଯିବ । ଭାରତୀୟ ଦଳର ସିନିୟର ଖେଳାଳି ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ । ବିଶ୍ୱକପ୍‌ ପୂର୍ବରୁ ମଧ୍ୟ କ୍ରମ ବ୍ୟାଟିଂ ବିଫଳତାକୁ ଦୂର କରିବା ଭାରତ ପାଇଁ ପ୍ରଥମ ପ୍ରାୟସ ହେବ ।
ପ୍ରଥମ ମ୍ୟାଚ୍‌ ଜିତିବା ପରେ ଭାରତ ଘରୋଇ ଦଳକୁ ହେୟଜ୍ଞାନ ମନେ କରିବା ଭାରି ପଡ଼ିଥିଲା । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିଲା । ମାତ୍ର କେବଳ ଇଶାନ କିଷନଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ସଫଳ ହୋଇପାରି ନଥିଲେ । ସଞ୍ଜୁ ସାମସନ ସୀମିତ ସୁଯୋଗର ଫାଇଦା ଉଠାଇପାରି ନଥିଲେ । ସୂର୍ଯ୍ୟକୁମାର ପୁଣିଥରେ ଫେଲ ମାରିଥିଲେ । ଆଗକୁ ଦିନିକିଆ ବିଶ୍ୱକପ୍‌ । ଏହା ପୂର୍ବରୁ ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମକୁ ଫେରିବା ଜରୁରୀ । ଉଭୟ ମଧ୍ୟଭାଗର ପ୍ରମୁଖ ସଦସ୍ୟ । ତେଣୁ ଏବେଠୁ ଉଭୟଙ୍କୁ ଯତ୍ନବାନ ହେବାକୁ ପଡ଼ିବ । ଆସନ୍ତାକାଲି ଉଭୟ ଭରସା ଜିତିବାକୁ ପ୍ରୟାସ କରିବେ ।
ଜାସନ ହୋଲ୍ଡରଙ୍କ ଅନୁପସ୍ଥିତି ସତ୍ତେ୍ୱ ୱେଷ୍ଟ ଇଣ୍ଡିଜ୍‌ ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିଛି । ପେସ୍‌ ବୋଲରମାନେ ପିଚ୍‌ର ଫାଇଦା ଉଠାଇଥିବା ଦେଖିବାକୁ ମିଳିଥିଲା । ମାତ୍ର ସ୍ପିନରମାନଙ୍କ ବିପକ୍ଷରେ ଭାରତର ଦୁର୍ବଳ ବ୍ୟାଟିଂ କ୍ରିକେଟ୍‌ ପ୍ରେମୀଙ୍କୁ ଚକିତ କରିଛି । ଯୁବ ବ୍ୟାଟରମାନେ ବଡ଼ ସଟ୍‌ ଖେଳିବା ପାଇଁ ବ୍ୟସ୍ତ ହୋଇ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଟ୍ରଫି ଜିତିବାକୁ ହେଲେ ମଙ୍ଗଳବାର ଭାରତକୁ ଧୈର୍ଯ୍ୟର ସହ ବ୍ୟାଟିଂ କରିବାକୁ ପଡ଼ିବ ।
ତୃତୀୟ ଦିନିକିଆ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଏହି ନବ ନିର୍ମିତ ଗ୍ରାଉଣ୍ଡ୍‌ରେ ଆଜି ପର୍ଯ୍ୟନ୍ତ ଗୋଟିଏ ମାତ୍ର ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମୁକାବିଲା ଖେଳା ଯାଇଛି । ପୂର୍ବରୁ ଏହି ଗ୍ରାଉଣ୍ଡ୍‌ରେ ୨୩ଟି ଲିଷ୍ଟ ଏ’ ମୁକାବିଲା ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ଏଠାରେ ମାତ୍ର ୭ଥର ୨୫୦ରୁ ଅଧିକ ରନ୍‌ ସଂଗ୍ରହ କରିବାର ରେକର୍ଡ ରହିଛି । ତେଣୁ ଆଜି ମଧ୍ୟ ଏଠାରେ ବୋଲରଙ୍କ ପ୍ରଭାବ ଦେଖିବାକୁ ମିଳିବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *