ଉତ୍ତର ପୂର୍ବ ରାଜ୍ୟର ବିକାଶ ପାଇଁ ନୂଆ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ । ନୂଆ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀର କୌଶଳ ଭବନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମ୍ବୋଧନ । ଅଗଷ୍ଟ ମାସରେ ସବୁବେଳେ ଭଲକାମର ଶୁଭାରମ୍ଭ ହୋଇଆସିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଦକ୍ଷତା ବିକାଶ ନହେଲେ ଆତ୍ମନିର୍ଭର ହେବା ଅସମ୍ଭବ ।
ପ୍ରଧାନମନ୍ତ୍ରୀ ଲଗାତର ଉତ୍ତର ପୂର୍ବ ରାଜ୍ୟକୁ ଗୁରୁତ୍ବ ଦେଉଛନ୍ତି । ସ୍କିଲ ଡେଭଲପମେଣ୍ଟ ହେଲେ ହିଁ ଉତ୍ତର ପୂର୍ବ ରାଜ୍ୟର ବିକାଶ ହେବ । ସ୍କିଲ ଡେଭଲପମେଣ୍ଟ ପାଇଁ ଆମ ସମସ୍ତଙ୍କ ପ୍ରୟାସ ଜରୁରୀ । ଗତ ୯ ବର୍ଷରେ ଉତ୍ତର ପୂର୍ବ ରାଜ୍ୟର ବିକାଶ ପାଇଁ ୫ ଲକ୍ଷ କୋଟି ଖର୍ଚ୍ଚ ହୋଇଛି । ଆକାଶ ହେଉ କି ଜଳ, ସବୁ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଉଛି । ଯେଉଁଠି ୭ ବିମାନ ବନ୍ଦର ଥିଲା ଆଜି ୧୭ଟିରେ ପହଞ୍ଚି ପାରିଛି କହିଛନ୍ତି ।

