ଅଗଷ୍ଟ ୨୩ ତାରିଖ, ବୁଧବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ – ଉଚ୍ଚ ସମ୍ମାନର ଅଧିକାରୀ ହେବେ । କାର୍ଯ୍ୟ କ୍ଷେତ୍ରରେ ତତ୍ପର ହେବେ । ବାହ୍ୟ ସ୍ଥାନରୁ ମାନ ସମ୍ମାନ ମିଳିବ । ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ ହେଲେ ମଧ୍ୟ ଆର୍ଥିକ ସମସ୍ୟା ଦେଖା ଦେବ। ବିଦ୍ୟାର୍ଥୀ ମାନେ ଅନେକ ଲାଭବାନ ହେବେ ।
ବୃଷ – ମନରେ ସାମାନ୍ୟ କ୍ରୋଧ ବୃଦ୍ଧି ହେବ । ଆତ୍ମବିଶ୍ୱାସ ପୂର୍ଣ୍ଣ ହେବେ । ରାଜନୀତିରେ ଉନ୍ନତି ଯୋଗ ରହିଛି । ଯାନର ଆନନ୍ଦ ବୃଦ୍ଧି ପାଇପାରେ । ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ବିଦେଶୀ ଯାତ୍ରାକୁ ଯାଇପାରନ୍ତି କର୍ମ କ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି ।
ମିଥୁନ – ଆର୍ଥିକ ସ୍ଥିତିରେ ଅବନତି ଘଟିବ । ମନ ପରାଧୀନ ହୋଇ ରହିବ ।କର୍ମ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇ ପାରେ । ହେଲେ ମଧ୍ୟ ଦିନଟିରେ ରୋଜଗାର ଉତ୍ତମ ହେବ । ବ୍ୟବସାୟ ଭଲ ହେବ ।ପ୍ରେମ ସମ୍ପର୍କରେ ମଧୁରତା ଆସିବ । କର୍ତ୍ତବ୍ୟ ପରାୟଣ ହେବେ ।
କର୍କଟ – ମାନହାନୀ ହେବାର ଯୋଗ ରହିଛି । ଅଙ୍ଗରେ ଆଘାତ ଲାଗି ପାରେ ।କୌଣସି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ନଷ୍ଟ କରି ଦୁଃଖ ପ୍ରକାଶ କରିବେ ହେଲେ ମଧ୍ୟ ପିଲା ମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ । କୌଣସି ଦ୍ରବ୍ୟ ନଷ୍ଟ କରି ଦୁଃଖ ପ୍ରକାଶ କରିବେ ।
ସିଂହ – ମନ ପ୍ରଫୁଲ୍ଲ ରହିବ । କିଛି ନୂତନ କାର୍ଯ୍ୟ ବା ବସ୍ତୁ ପାଇ ଅଧିକ ଉତ୍ସାହିତ ହେବେ । ଉଚ୍ଚ ସମ୍ମାନ ପ୍ରାପ୍ତି ହେବେ ।ନୂତନ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି ।ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ। ବ୍ୟବସାୟ ବିସ୍ତାର ପାଇଁ ଆପଣ ପରିବାରରୁ ଆର୍ଥିକ ସହାୟତା ପାଇପାରିବେ ।
କନ୍ୟା – ମନ ବ୍ୟକୁଳିତ ରହିବ । ଆର୍ଥିକ ସମସ୍ୟା କିଛିକୁ ନେଇ ଅସନ୍ତୋଷ ପ୍ରକାଶ କରି ପାରନ୍ତି। ବ୍ୟବସାୟରେ ଏତେ ଲାଭର ଯୋଗ ନାହିଁ । ପରିବାରରେ ସମସ୍ୟା ଦେଖା ଦେଇ ପାରେ । ଆତ୍ମ ବିଶ୍ୱାସ ବଜାୟ ରଖନ୍ତୁ । ପରିଶ୍ରମ ଅଧିକ ହେବ ।
ତୁଳା – ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଭ୍ରମଣର ଯୋଗ ରହିବ । ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ। କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।
ବିଛା – ଗୃହରେ ଅଧିକ କାର୍ଯ୍ୟ ଭାର ରହିବ ।ଯାହା ଦ୍ଵାରା ଆପଣ ବନ୍ଧୁ ହୋଇ ରହିବେ । ଅଯଥା ଅର୍ଥ ବ୍ୟୟ ହେବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ ।
ଧନୁ – ଧନ ପ୍ରାପ୍ତିର ଯୋଗ ରହିଛି । କିଛି ନୂତନ କାର୍ଯ୍ୟ ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ବହୁତ ଉତ୍ତମ ରହିବ। ସର୍ବ କାର୍ଯ୍ୟ ସଫଳତା ପୂର୍ବକ ସମାପ୍ତ ହେବ ।ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ।। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ ।
ମକର – ଭ୍ରମଣର ଯୋଗ ରହିଛି । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ଯାହା ବି କର୍ମ ଆସନ୍ତାକାଲି କରିଛନ୍ତି ତାର ଫଳ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ ।
କୁମ୍ଭ – ସେବା ପୂଜାରେ ମନୋନିବେଶ କରିବେ । ମନରେ ବିଷାଦ ସୃଷ୍ଟି ହୋଇ ପାରେ । ବନ୍ଧୁଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ । ମନ ସାମାନ୍ୟ ଚିନ୍ତିତ ରହିବ । ସୁସମ୍ବାଦ ପାଇ ଖୁସି ହେବେ । ଭ୍ରମଣ ଯୋଗ ରହିଛି ।
ମୀନ – ଶାରୀରିକ କଷ୍ଟ ଅନୁଭବ କରିବେ । ମନ ଅଶାନ୍ତ ରହିବ ।କାର୍ଯ୍ୟ ହାନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜୀବନ ସାଥୀଙ୍କ ସମର୍ଥନ ପାଇବ । ଖର୍ଚ୍ଚ ବୃଦ୍ଧି ପାଇବ ।
