ଚତୁର୍ଥ ସ୍ଥାନକୁ ଉଠିଲେ ଶୁଭମନ ଗିଲ୍, ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା
ପ୍ରକାଶ ପାଇଛି ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା ତାଲିକା । ସଦ୍ୟ ପ୍ରକାଶିତ ତାଲିକାରେ ଭାରତୀୟ ବ୍ୟାଟର ଶୁଭମନ ଗିଲ୍ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଗତ ସପ୍ତାହରେ ସେ ପଞ୍ଚମ ସ୍ଥାନରେ ରହିଥିଲେ । ପାକିସ୍ତାନର ବାବର ଆଜମ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।
ସେହିପରି ଦକ୍ଷିଣ ଆଫ୍ରିକାର ରାଶି ଭାନ ଡର ଡୁସେନ ଦ୍ୱିତୀୟ ଓ ପାକିସ୍ତାନର ଇମାମ ଉଲ୍ ହକ୍ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟ ଭାରତୀୟ ଭାବେ ବିରାଟ କୋହଲି ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ବଜାୟ ରଖିଛନ୍ତି । ସେ ନବମ ସ୍ଥାନରେ ରହିଛନ୍ତି । ବୋଲିଂ ମାନ୍ୟତାରେ ଆଫଗାନିସ୍ତାନର ମୁଜିବ ଉର ରେହମାନ ତୃତୀୟକୁ ଉଠିଛନ୍ତି । ଭାରତୀଙ୍କ ମଧ୍ୟରେ ମହମ୍ମଦ ସିରାଜ ପଞ୍ଚମ ଓ କୁଲଦୀପ ଯାଦବ ଦଶମ ସ୍ଥାନରେ ରହିଛନ୍ତି ।
ଭାରତୀୟ-ଆୟର୍ଲାଣ୍ଡ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଶେଷ ହୋଇଛି । କେବଳ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଉଛି । ତେଣୁ ମାନ୍ୟତା ତାଲିକାରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ୩୦ ତାରିଖରୁ ଏସିଆ କପ୍ ଆରମ୍ଭ ହେବା ସହ ଦିନିକିଆ ମାନ୍ୟତା ତାଲିକାର ଉତ୍ଥାନ ପତନ ଜାରି ରହିବ ।

