ରାଶିଫଳ

ଡିସେମ୍ବର ୧୨ ତାରିଖ, ମଙ୍ଗଳବାର; ଜାଣନ୍ତୁ କେମିତି ରହିବ ଆଜିର ଦିନ

Spread the love

ମେଷ – ଅଷ୍ଟମ ଚନ୍ଦ୍ର ଯୋଗୁଁ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଅଙ୍ଗରେ ଆଘାତ ଲାଗିପାରେ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବନ୍ଧୁ ମିଳନ ହୋଇପାରେ। ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ।

ବୃଷ – ବନ୍ଧୁ ସୁଖ ପ୍ରାପ୍ତ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି। ଭୂମି କ୍ରୟ କରିବେ । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରି ପାରନ୍ତି । ଛାତ୍ର ଛାତ୍ରୀ ମାନଙ୍କର ପାଠରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟଶାଳୀମାନେ କରିବେ ।

ମିଥୁନ – ଷଷ୍ଠ ଚନ୍ଦ୍ର ଯୋଗୁଁ ସର୍ବପ୍ରକାର ଶୁଭ ଫଳ ପ୍ରାପ୍ତ ହେବ। ଆସନ୍ତାକାଲି ଦିନଟିରେ ଅଧିକ ଧନ ଉପାର୍ଜନର ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ। ଚାଷ ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ ।

କର୍କଟ – ଚଲାପଥରେ ବାଧା ସୃଷ୍ଟି ହେବ । ଆର୍ଥିକ ଦୂରାବସ୍ଥା ଦେଖା ଦେବ। ଅର୍ଥ ବିଷୟରେ ଚିନ୍ତା କରିବେ। ବନ୍ଧୁଙ୍କ ସହ କିଛ ଦିନ ବିଶେଷ ଆଲୋଚନାରେ ଦିନରେ କଟିବ। ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି।

ସିଂହ – କର୍ଯ୍ୟହାନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମର ଫଳ ବହୁତ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ। କୌଣସି ସ୍ଥାନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇ ପାରେ ।

କନ୍ୟା – ଭ୍ରମଣର ଯୋଗ ରହିଛି। କୌଣସି ଉଚ୍ଚ ସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇ ପାରେ। ଲାଗି ରହିଥିବା ମାଲି ମୋକଦ୍ଦମାର ଆସନ୍ତାକାଲି ଅନ୍ତ ଘଟିବ। ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି ।

ତୁଳା – ଅର୍ଥ ବ୍ୟୟ ହେବ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇ ମାନସିକ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ।ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ପ୍ରେମ ସମ୍ପର୍କ ରେ ଦୃଢ଼ତା ଆସିବ ।

ବିଛା – ଦିନଟି ଭଲ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ମଙ୍ଗଳବାର ଆରମ୍ଭ କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସହଯୋଗ ମିଳିବ।

ଧନୁ – ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବ୍ୟୟ ବୃଦ୍ଧି ହେବେ । ଆଳସ୍ୟତା ଗ୍ରାସ କରିବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇ ପାରେ । ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ ।

ମକର – ଏକାଦଶ ଚନ୍ଦ୍ର ଯୋଗୁଁ ଅଧିକ ଆୟର ଯୋଗ ରହିବ । ଗୃହରେ କିଛି ନୂତନ ଶୁଭ କାର୍ଯ୍ୟାରମ୍ଭ ହେବ। ସର୍ବ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ରାଜନୀତିରେ ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରି ଆସନ୍ତାକାଲି ଆପଣଙ୍କ ହାତ ପାଖରେ ପହଞ୍ଚିବ।

କୁମ୍ଭ – ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ । ବନ୍ଧୁଙ୍କ ଗମନ ଗୃହ କୁ ହେବ । କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢିବ । କର୍ମ କ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି ।

ମୀନ – ପରିବାରରେ ବାଦ ବିବାଦ ଲାଗି ରହିବ । ମନହାନି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ । ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ । ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗି ପାରେ ।

Leave a Reply

Your email address will not be published. Required fields are marked *