ରାଶିଫଳ

ଡିସେମ୍ବର ୧୮ ତାରିଖ, ସୋମବାର; ଜାଣନ୍ତୁ କେମିତି ରହିବ ଆଜିର ଦିନ

Spread the love

ମେଷ – ଆଦର ସମ୍ମାନ ମିଳିବ । ସର୍ବ କାର୍ଯ୍ୟରେ ଜୟ ଲାଭ କରିବେ । ସମୟ କଠିନ, ରହିବ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ମିଳିପାରେ । ପ୍ରେମ ସମ୍ପର୍କ ପାଇଁ ଏହା ଏକ ଭଲ ସମୟ । ମନରେ ଥିବା ନକାରାତ୍ମକ ଚିନ୍ତା ଧାରାକୁ ଦୂରେଇବାକୁ ଚେଷ୍ଟା କରନ୍ତୁ ।

ବୃଷ – ଦଶମ ଚନ୍ଦ୍ର ରହିଥିବାରୁ ଆସନ୍ତାକାଲି ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବିବାହିତ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଛାତ୍ରମାନେ ଭଲ ଫଳାଫଳ ପାଇବେ |

ମିଥୁନ – ମିଥୁନ ରାଶି ପାଇଁ ସୋମବାର ଘାତ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟାବସ୍ଥା ରେ ଅବନତୀ ଦେଖା ଦେବ । ଆୟ ହ୍ରାସ ହେବାର ମଧ୍ୟ ସମ୍ଭାବନା ଅଛି । କାରବାରରେ ତତ୍ପର ହୁଅନ୍ତୁ ନାହିଁ । ବିବାହ ଓ ସବୁ କାର୍ଯ୍ୟ ଗୃହ ରେ କରିବା ନିଷେଧ । ଯାନ ବାହନ ରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ବିଧେୟ ।

କର୍କଟ – ଆପଣ ଆସନ୍ତାକାଲି ଆଳସ୍ୟର ବଶବର୍ତ୍ତୀ ହେବ । ଆଶା କରିଥିବା ସଫଳତା ମିଳିବାକୁ ସମୟ ଲାଗିବ। ଶରୀର ପୀଡା ପରି ସମସ୍ୟା ଆପଣକୁ ଗ୍ରାସ କରିବ ଆଣ୍ଠୁ ଗଣ୍ଠି ରେ ସମସ୍ୟା ହୋଇ ପାରେ । ହେଲେ ମଧ୍ୟ ଆୟ ମଠିକ ରହିବ । ବିଦ୍ୟାର୍ଥୀ ମାନେ କର୍ମଠ ହେବ ।

ସିଂହ – ମନ ପ୍ରସନ୍ନ ରହିବ । ଆଜି ଆପଣଙ୍କ କ୍ୟାରିୟର ଏକ ନୂଆ ଦିଗ ନେବ । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

କନ୍ୟା – ଆସନ୍ତାକାଲି କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ। ଆପଣ ସମସ୍ତଙ୍କ ପାଖରେ ଆପଣଙ୍କର ଯୋଜନା ପ୍ରକାଶ କରିବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅ ନାହିଁ ।

ତୁଳା – ଆସନ୍ତାକାଲି ତୁମର ସୃଜନଶୀଳତା ଶିଖରରେ ରହିବ । ହେଲେ ବି ମାନସିକ ଆସନ୍ତି ହୋଇପାରେ। ଅର୍ଥ ସମ୍ବନ୍ଧୀୟ ବିଷୟଗୁଡ଼ିକ ବୁଦ୍ଧିମାନ ଭାବରେ ପରିଚାଳିତ କରନ୍ତୁ । ଏକ ବ୍ୟବସାୟ ପ୍ରସଙ୍ଗରେ, ଆପଣ କିଛି ସୃଜନଶୀଳ କାର୍ଯ୍ୟ ପାଇଁ ସମ୍ପତ୍ତିକୁ ବ୍ୟବହାର କରିବେ ।

ବିଛା – କୌଣସି ଦ୍ରବ୍ୟ ନଷ୍ଟ ହୋଇ ପାରେ । ଅଟକି ଥିବା କାର୍ଯ୍ୟ ସମାପ୍ତ ହେବ । ଘରେ ହଠାତ୍ ଜଣେ ବନ୍ଧୁଙ୍କ ଆଗମନ ହୋଇପାରେ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜି ଏକ ସାଧାରଣ ଦିନ ହେବ । ଘରେ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ହେବାର ସମ୍ଭାବନା ଅଛି ।

ଧନୁ – ଆସନ୍ତାକାଲି ଆପଣ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଆର୍ଥିକ ପରିସ୍ଥିତି ଦ୍ରୁତ ଗତିରେ ଦୃଢ଼ ହେବ । ଭାବପ୍ରବଣତା ଆପଣଙ୍କ ପାଇଁ ଏକ ସମସ୍ୟା ହୋଇପାରେ । ହୋଲସେଲ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଟେ | ପରିବାର ସହିତ ସମୟ ବିତାଇ ମନ ଖୁସି ହେବ।

ମକର – ଆର୍ଥିକ ସମସ୍ୟା କୁ ନେଇ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି ।

କୁମ୍ଭ – ସୋମବାର ଆପଣ କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ ଆସିପାରେ । ଆପଣ କିଛି କାର୍ଯ୍ୟ ସମ୍ବନ୍ଧରେ ଏକ ବଡ଼ ନିଷ୍ପତ୍ତି ନେଇପାରିବେ ।ପିଲାମାନଙ୍କଠାରୁ ଭଲ ଖବର ପାଇବାର ସମ୍ଭାବନା ଅଛି। ଅଫିସରେ କୌଣସି ଜଟିଳ ବିଷୟ ଆଜି ସମାଧାନ ହେବ।

ମୀନ – ଆସନ୍ତାକାଲି ଆପଣ କିଛି ନୂତନ ଏବଂ ଆକର୍ଷଣୀୟ ଅନୁଭୂତି ପାଇବେ । ଅଧ୍ୟୟନ କିମ୍ବା ବୃତ୍ତି ସହିତ ଜଡିତ କାର୍ଯ୍ୟ ପୁଣି ଆରମ୍ଭ ହେବ । ଭ୍ରମଣରୁ ଦୂରେଇ ରୁହନ୍ତୁ କାରଣ ଏହା ଆପଣଙ୍କୁ କ୍ଳାନ୍ତ ଏବଂ ଚାପଗ୍ରସ୍ତ କରିବ। ଆପଣ କିଛି କାର୍ଯ୍ୟରେ ନୂତନ ଅନୁଭୂତି ପାଇବେ ।

Leave a Reply

Your email address will not be published. Required fields are marked *