ଦେଶ ବିଦେଶ

ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ମହୁଆ ମୋଇତ୍ରାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ

Spread the love

ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଅଡୁଆ ଥମିବା ନାଁ ଧରୁନି। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ମହୁଆ ମୋଇତ୍ରାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ବଙ୍ଗଳା ଖାଲି କରିବାକୁ ପୂର୍ବରୁ ନୋଟିସ୍‌ ଜାରି କରାଯାଇଥିବା ବେଳେ ମହୁଆ ଏହାକୁ ଖାତିର କରି ନ ଥଲେ। ଏହାପରେ ଗତକାଲି ପୁଣି ଥରେ ତାଙ୍କୁ ନୋଟିସ ଜାରି କରି ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି।

ମହୁଆ ସାଂସଦ ଥିବା ବେଳେ ଏହି ବଙ୍ଗଳା ତାଙ୍କୁ ଆବଣ୍ଟିତ କରାଯାଇଥିଲା। ମାତ୍ର ସାଂସଦ ପଦ ଚାଲିଯିବା ପରେ ତାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ବର୍ଷ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ନିଷ୍କାସିତ କରାଯାଇଥିଲା। ଏହାପରେ ତାଙ୍କୁ ଆବଣ୍ଟିତ କରାଯାଇଥିବା ବଙ୍ଗଳା ଜାନୁଆରୀ ୭ ତାରିଖ ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏହାପରେ ମହୁଆ ବଙ୍ଗଳା ଖାଲି କରି ନ ଥିଲେ।

ଏହାପରେ ଗତକାଲି ତାଙ୍କୁ ଆଉ ଏକ ନୋଟିସ୍‌ ଜାରି କରି ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି। ଏଥିସହ ମହୁଆ ବଙ୍ଗଳା ଖାଲି କଲେ କି ନାହିଁ ତାହା ଦେଖିବାକୁ ପାର୍ଲାମେଣ୍ଟର ଏକ କମିଟିକୁ କ୍ଷେତ୍ର ପରିଦର୍ଶନ କରିବାକୁ କୁହାଯାଇଛି।

୧୪ ଅକ୍ଟୋବର ୨୦୨୩ରେ ପୂର୍ବତନ ଲିଭ୍‌-ଇନ୍‌ ପାର୍ଟନର ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରୋଇ ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପାରୁଥିବା ଅଭିଯୋଗ ଆଣିଥିଲେ। ଏହି ପ୍ରସଙ୍ଗରେ ସେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଏକ ଚିଠି ଲେଖିଥିଲେ।

ଏହାପରେ ଅକ୍ଟୋବର ୧୫ ତାରିଖରେ ସାଂସଦ ନିଶିକାନ୍ତ ଦୁବେ ମହୁଆ ମୋଇତ୍ରାଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ସମାନ ଅଭିଯୋଗ କରିଥିଲେ। ଏଥିସହ ତାଙ୍କୁ ନିଲମ୍ବିତ କରିବାକୁ ସେ ଦାବି କରିଥିଲେ। ଅଭିଯୋଗ ପାଇବା ପରେ ବାଚସ୍ପତି ବିର୍ଲା ଘଟଣାକୁ ଏଥିକ୍ସ କମିଟିକୁ ହସ୍ତାନ୍ତର କରିଥିଲେ। ପରେ ଏହି ମାମଲାରେ ମହୁଆଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *