ଥରିଲା ପାକିସ୍ତାନ, ୪.୦୬ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ
ପାକିସ୍ତାନରେ ୪.୦୬ ତୀବ୍ରତା ଭୂକମ୍ପ ଅନୁଭୂତ। ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିବା ଜଣାପଡ଼ିଛି । ଭୂକମ୍ପ ଝଟକାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ଭୂମିକମ୍ପ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।
ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁସାରେ ଶୁକ୍ରବାର-ଶନିବାର ବିଳମ୍ବିତ ରାତିରେ ପାକିସ୍ତାନରେ ଭୂକମ୍ପ ହୋଇଥିଲା । ଧୀର ଭୂକମ୍ପ ଗଭୀର ଭୂକମ୍ପ ତୂଳନାରେ ଅଧିକ କ୍ଷତି କରିଥାଏ । ୧୦ କିଲୋମିଟର ଗଭୀରତା ଭୂକମ୍ପ ଅଧିକ ପ୍ରଭାବିତ ହୋଇଥାଏ ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତି ପାଖାପାଖି ୧ଟା ୪୪ ମିନିଟରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡର ଥିଲା । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନର ବଲୁଚିସ୍ତାନ ସହର ନିକଟ କ୍ବେଟାରେ ଥିବା ଜଣାପଡିଥିଲା ।

