Politics

ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର: ୧୭ ଯାଏଁ ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା

Spread the love

ଭୁବନେଶ୍ବର: ଆଜି (ଗୁରୁବାର) ମୁଖ୍ୟ ନିର୍ବାଚନ କମିଶନ ଓଡିଶା ଆସୁଛନ୍ତି। ନିର୍ବାଚନ କମିଶନା ରାଜୀବ କୁମାରଙ୍କ ନେତୃତ୍ବରେ ୭ ଜଣିଆ ଟିମ୍ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଓଡିଶାରେ ୧୭ ତାରିଖ ଯାଏଁ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ୧୬ ତାରିଖରେ ନିର୍ବାଚନ କମିଶନର ବିଭିନ୍ନ ଜାତୀୟ ଏବଂ ଆଂଚଳିକ ରାଜନୈତିକ ଦଳ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ପଦାଧିକାରୀ, ଡିଇଓ,ଏସପି, ସିପି ଏବଂ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହାସହ ଇଭିଏମ୍ ସ୍ଥିତି, ବୁଥ୍ ସ୍ତରୀୟ ପ୍ରସ୍ତୁତି ସ୍ଥିତିର ମଧ୍ୟ ସମୀକ୍ଷା କରିବେ। କିଛି ଦିନ ପୂର୍ବରୁ ନୂଆଦିଲ୍ଲୀରେ ନିର୍ବାଚନ କମିଶନ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ବୈଠକ କରିଥିଲେ। ସ୍ବଚ୍ଛ, ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଦେଇଥିଲେ।

Leave a Reply

Your email address will not be published. Required fields are marked *