Politics

ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ବିଜେପି ବିଧାୟକ ନିଲମ୍ବିତ

Spread the love

ହିମାଚଳ ପ୍ରଦେଶରେ ଜାରି ରହିଛି ରଜନୈତିକ ସଙ୍କଟ। ଏଠକାର ମୁଖ୍ୟମନ୍ତ୍ରୀଙ୍କ ଆସନ ଟଳମଳ ଅବସ୍ଥାରେ ଅଛି। ସୁଖୁ ସରକାରଙ୍କ ଉପରେ ଢ଼ାଙ୍କି ହୋଇଯାଇଛି ସଙ୍କଟର କଳା ବାଦଲ। ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନ ବେଳେ ଛଅ ଜଣ କଂଗ୍ରେସ ବିଧାୟକ କ୍ରସ୍‌ ଭୋଟିଂ କରି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରେ କଂଗ୍ରେସ ସରକାରରେ ଫାଟ ସୃଷ୍ଟି ହୋଇଛି। ଏହାରି ଭିତରେ ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ବିଜେପି ବିଧାୟକଙ୍କୁ ନଲମ୍ବିତ କରିଛନ୍ତି।

ବାଚସ୍ପତି ଦିନକ ପାଇଁ ଏହି ୧୫ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି। ଗୃହରୁ ବିଦା ହୋଇଥିବା ବିଧାୟକଙ୍କ ମଧ୍ୟରେ ବିରୋଧୀ ଦଳର ନେତା ଜୟରାମ ଠାକୁର, ଜନକ ରାଜ, ଲୋକେନ୍ଦ୍ର, ରଣବୀର ନିକ୍କାଙ୍କ ସମେତ ୧୫ ଜଣ ଅଛନ୍ତି। ନିଲମ୍ବିତ ହେବା ପରେ ମାର୍ଶଲ ସମସ୍ତଙ୍କୁ ବିଧାନସଭା ଭିତରୁ ବାହାର କରିଦେଇଛନ୍ତି।

ଗୃହ କାର୍ଯ୍ୟ ଚାଲିବା ବେଳେ ବିଧାନସଭାରେ ବିଜେପିର ଏହି ସମସ୍ତ ବିଧାୟକ ନାରାବାଜି କରିବା ସହ ଦୁର୍ବ୍ୟବହାର କରିଥିଲେ। ଫଲରେ ଗୃହ କାର୍ଯ୍ୟରେ ବାଧା ଉପୁଜିଥିଲା। ସେମାନଙ୍କ କାର୍ଯ୍ୟ ସଂସଦୀୟ ନୁହେଁ, ଯାହା ଏହି ଗୃହ ଏବଂ ବିଧାନସଭାର ସମ୍ମାନକୁ କ୍ଷତି ପହଞ୍ଚାଇଛି। ଏଭଳି ପରିସ୍ଥିତିରେ ଗୃହ ଚଳାଇବା ସମ୍ଭବ ନୁହେଁ କହି ବିଧାନସଭା ଗୃହରୁ ବାଚସ୍ପତି ଏ ସମସ୍ତ ବିଜେପି ନେତାଙ୍କୁ ବହିଷ୍କାର କରିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ପାଖରେ ବହୁମତ ଥିଲେ ମଧ୍ୟ ଗତକାଲି ରାଜ୍ୟସଭା ନିର୍ବାଚରେ ବିଜେପି ପ୍ରାଥୀ ହର୍ଷ ମହାଜନ ବିଜୟୀ ହୋଇଥିଲେ। ଆବଶ୍ୟକ ସଂଖ୍ୟା ନ ଥିଲେ ମଧ୍ୟ ରାଜ୍ୟସଭା ସିଟ୍‌କୁ ହାତେଇ ଥିଲା ବିଜେପି। ଏହାପରେ କଂଗ୍ରେସ ସରକାରରେ ବଡ ଧରଣର ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଇଛି। କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ପାଇଁ ଦଳର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘବୀ ହାରି ଯାଇଛନ୍ତି। ତେଣୁ କଂଗ୍ରେସର ୬ ଜଣ କ୍ରସ ଭୋଟିଂ କରିଥିବା ସନ୍ଦେହ କରାଯାଉଛି। ସେପଟେ ବିଜେପି ହିମାଚଳପ୍ରଦେଶ ସରକାରଙ୍କ ବିରୋଧରେ ଫ୍ଲୋର ଟେଷ୍ଟ ଦାବି କରିଛି।

Leave a Reply

Your email address will not be published. Required fields are marked *