ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନିଜ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଖୋଦ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।
ସୋନପୁରରୁ ଦଳ ନିରଞ୍ଜନ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ପାଟଣାଗଡ଼ରୁ ସରୋଜ ମେହର,ବଲାଙ୍ଗୀରରୁ କଳିକେଶ ସିଂଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀ ଓ ପାଟକୁରାରୁ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି।
ବିଷମକଟକରୁ ଜଗନ୍ନାଥ ସାରକାଙ୍କୁ ଦଳ ବିଧାୟକ ପ୍ରାର୍ଥୀ କରିଥିବା ବେଳେ ଗୁଣପୁରରୁ ରଘୁନାଥ ଗମାଙ୍ଗ, ରାୟଗଡ଼ାରୁ ଅନସୂୟା ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରିତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂହ ଓ ଜଳେଶ୍ୱରରୁ ଅଶ୍ୱିନୀ ପାତ୍ର ବିଜେଡିର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି।
ସେହିପରି ବସ୍ତାରୁ ସୁବାସିନୀ ଜେନା, ଭଣ୍ଡାରୀପୋଖରୀରୁ ସଂଜୀବ ମଲ୍ଲିକ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ, ଧାମନଗରରୁ ସଂଜୟ ଦାସ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ବିଂଝାରପୁରରୁ ପ୍ରମିଳା ମଲ୍ଲିକ ଓ ଧର୍ମଶାଳାରୁ ପ୍ରଣବ ବଳବନ୍ତରା ହୋଇଛନ୍ତି ବିଜେଡିର ବିଧାନସଭା ପ୍ରାର୍ଥୀ।
ବଲାଙ୍ଗିରରୁ କଳିକେଶ ସିଂହଦେଓ, ଟିଟିଲାଗଡ଼ରୁ ଟୁକୁନି ସାହୁ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ଉମରକୋଟରୁ ନବୀନା ନାଏକ, ଝରିଗାଁରୁ ରମେଶ ମାଝୀ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀଙ୍କୁ ବିଧାୟକ ପ୍ରାର୍ଥୀ କରିଛି ବିଜେଡି।
ଏଥିସହ ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣାରୁ ଲତିକା ନାଏକ, ଜି. ଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହିଧର ରଣା, ବୌଦ୍ଧରୁ ପ୍ରଦୀପ ଅମାତ, ବଡମ୍ବାରୁ ଦେବୀ ମିଶ୍ର ଓ ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି ଦଳ।
ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଚୌଦ୍ୱାର କଟକରୁ ସୌଭିକ ବିଶ୍ୱାଳ, ନିଆଳିରୁ ପ୍ରମୋଦ ମଲ୍ଲିକ, କଟକ ସଦରରୁ ଚନ୍ଦ୍ରସାରଥି ବେହେରା, ପାଟକୁରାରୁ ଅରବିନ୍ଦ ମହାପାତ୍ର, ଆଳିରୁ ପ୍ରତାପ ଦେବ, ରାଜନଗରରୁ ଧ୍ରୁବ ସାହୁ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ପୁରୀରୁ ସୁନୀଲ ମହାନ୍ତି ଓ ବ୍ରହ୍ମଗିରିରୁ ପ୍ରାର୍ଥୀ ହୋଇଛନ୍ତି ଉମା ସାମନ୍ତରାୟ ।
ସତ୍ୟବାଦୀରୁ ସଂଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ, ଜଟଣୀରୁ ବିଭୂତି ବଳବନ୍ତରାୟ, ରଣପୁରରୁ ସତ୍ୟ ନାରାୟଣ ପ୍ରଧାନ ହୋଇଛନ୍ତି ବିଜେଡିର ବିଧାୟକ ପ୍ରାର୍ଥୀ ।
ସେହିପରି ଲୋକସଭା ନିମନ୍ତେ ବିଜେଡି ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରିଥିବା ବେଳେ କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ। ଏଥିସହ ନବରଙ୍ଗପୁରରୁ ପ୍ରଦୀପ ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ମାଝୀ, ଆସିକାରୁ ରଂଜିତା ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ।

