Politics

ବିଜେପିରେ ମିଶିଲେ କୈଳାସ କୁଲେସିକା

Spread the love

ଭୁବନେଶ୍ୱର: ପଦ୍ମ ଶିବିରରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା। ବିଜେଡି ଟିକେଟ ପାଇ ଆସନ୍ତା ୨୪ରେ ନାମାଙ୍କନ ଦାଖଲ କରିବେ ବୋଲି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ହେଲେ ଟିକେଟ ନମିଳିବାରୁ ରାତାରାତି ବିଜେଡି ଛାଡିଛନ୍ତି କୁଲେସିକା। ବୁଧବାର ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରଭୁ ଜାନୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦଳରୁ ଇସ୍ତଫା ଦେଇଥିଲେ କୈଳାସ କୁଲେସିକା। ଦଳର ସୁପିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଦଳ ତାଙ୍କର କଠିନ ପରିଶ୍ରମକୁ ବୁଝିଲା ନାହିଁ, ସେଥିପାଇଁ ସେ ଦଳ ଛାଡିଥିବା ଉଲ୍ଲେଖ କରିଛନ୍ତି। ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *