ଦେଶ ବିଦେଶ

ଭାରତ ଆମେରିକାଠୁ ୩୨ହଜାର କୋଟି ମୂଲ୍ୟର ପ୍ରିଡେଟର ଡ୍ରୋନ କିଣିବ

Spread the love

ଭାରତ-ଆମେରିକା ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ଆମେରିକାଠୁ ୩୨ହଜାର କୋଟି ମୂଲ୍ୟର ପ୍ରିଡେଟର ଡ୍ରୋନ କିଣିବ ଭାରତ । ମୋଟ ୩୧ଟି ଡ୍ରୋନ କିଣିବାକୁ ଚୁକ୍ତି ସ୍ୱାକ୍ଷାରିତ ହୋଇଛି ।

ଭାରତୀୟ ନୌସେନାକୁ ୧୫ଟି ଡ୍ରୋନ, ୮ଟି ସ୍ଥଳସେନାକୁ ଓ ୯ଟି ବାୟୁସେନାକୁ ମିଳିବ । ସୂଚନା ଅନୁସାରେ ଏହା ମଧ୍ୟରୁ ୪ଟି ଡ୍ରୋନ ଭାରତର ଚାରୋଟି ସୀମାବର୍ତ୍ତୀ ଅଂଚଳରେ ମୁତୟନ କରାଯିବ । ଆଇଏନଏସ ରାଜାଲୀ, ପୋରବନ୍ଦର, ସରସାବ ଓ ଗୋରଖପୁରରେ ମୁତୟନ କରାଯିବ ।

ଏହି ଚୁକ୍ତି ଦ୍ୱାରା ଭାରତ ଓ ଆମେରିକା ପ୍ରତିରକ୍ଷା ସମ୍ପର୍କ ମଜଭୁତ ହେବା ସହ ଭାରତର ସେନାର ଶକ୍ତି ବେଶ ବଢ଼ିବ ବୋଲି ଆଶା ରହିଛି ।

Leave a Reply

Your email address will not be published. Required fields are marked *