ରାଜ୍ୟ

‘ଦାନା’କୁ ଦୁର୍ବଳ କରିପାରେ ହେନ୍ତାଳବନ

Spread the love

ବାତ୍ୟା ଗତି ପଥରେ ପାଚେରୀ ହୋଇ ଛିଡ଼ା ହୋଇପାରେ ହେନ୍ତାଳବନ ।ବାତ୍ୟା ‘ଦାନା’କୁ ଚକମା ଦେଇପାରେ ହେନ୍ତାଳବନ ।୧୯୯୯ ମହାବାତ୍ୟା ଏବଂ ୨୦୨୧ରେ ବାତ୍ୟା ‘ୟସ୍’, ୨୦୨୦ରେ ବାତ୍ୟା ବୁଲବୁଲ ବେଳେ ମଧ୍ୟ ସୁରକ୍ଷା କବଚ ହୋଇ ଛିଡ଼ା ହୋଇଥିଲା ହେନ୍ତାଳ ବନ । ବାତ୍ୟା ପାଇଁ ହେନ୍ତାଳବନ ଏକ ପ୍ରାକୃତି କବଚ । ଭିତରକନିକା ନିକଟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ହେବା ଆକଳନ ପରେ ଚର୍ଚ୍ଚାକୁ ଆସିଛି ହେନ୍ତାଳବନ । ବେଳଭୂମିରେ ଛିଡ଼ା ହୋଇଥିବା ଏହି ଜଙ୍ଗଲ ବାତ୍ୟା ଦାନାକୁ ଦୁର୍ବଳ କରିବା ସମ୍ଭାବନା ଥିବା ବିଶେଷଜ୍ଞ ଆକଳନ କରୁଛନ୍ତି।

ଛନ୍ଦାଛନ୍ଦି ହୋଇ ରହିଥିବା ହେନ୍ତାଳବନ ବୃକ୍ଷର ମଜବୁତ ଚେର ସାମୁଦ୍ରିକ ଜୁଆରକୁ ଅଟକାଇ ବାତ୍ୟାରୁ ସୁରକ୍ଷା ଦେଇଥାଏ। ସମୁଦ୍ର ତଟର କ୍ଷୟକୁ ମଧ୍ୟ ଅଟକାଇଥାଏ ହେନ୍ତାଳବନ । ୩ ଜିଲ୍ଲାରେ ବାତ୍ୟା ‘ଦାନା’ ପ୍ରଭାବରେ ୧ ରୁ ୨ ମିଟର ଉଚ୍ଚର ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା ରହିଛି। ଓଡ଼ିଶାରେ ୨୫୯ ବର୍ଗ କିଲୋମିଟର ଅଞ୍ଚଳର ହେନ୍ତାଳବନ ରହିଛି। ତା ଭିତରୁ କେବଳ ଭିତର କନିକାରେ ରହିଛି ୨୦୯ ବର୍ଗ କିଲୋମିଟର ପରିବ୍ୟାପ୍ତ ହେନ୍ତାଳବନ।

Leave a Reply

Your email address will not be published. Required fields are marked *