ସୁଇମର ପ୍ରତ୍ୟାଶା ରାୟଙ୍କୁ ଏକଲବ୍ୟ କ୍ରୀଡା ପୁରସ୍କାର ପ୍ରଦାନ
ସନ୍ତରଣ ଜଗତର ଅନନ୍ୟ ପ୍ରତିଭା ଓଡ଼ିଶାର ପ୍ରତ୍ୟାଶା ରାୟଙ୍କୁ ୨୦୨୪ ବର୍ଷର ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୨ ଏପ୍ରିଲ୍ ୧ରୁ ୨୦୨୪ ମାର୍ଚ୍ଚ ୩୧ ମଧ୍ୟରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ତାଙ୍କର ଅନନ୍ୟ କୃତିତ୍ବ ପାଇଁ ଏହି ପୁରସ୍କାର ଦିଆଯାଇଛି। ପୁରସ୍କାର ବାବଦକୁ ୭ ଲକ୍ଷ ଟଙ୍କାର ଅର୍ଥରାଶି, ସମ୍ମାନପତ୍ର, ଫଳକ ପ୍ରଦାନ କରାଯାଇଛି।ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଚାରକ ମଣ୍ଡଳୀର ସଦସ୍ୟମାନେ ଉପସ୍ଥିତ ଥିଲେ।
