ସ୍ୱାସ୍ଥ୍ୟ

ଶୀତଦିନେ ଚମକଦାର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଆଲୋଭେରା ଜେଲ୍

Spread the love

ଶୀତ ଋତୁରେ ଆମ ତ୍ୱଚାରେ ଅନେକ ପରିବର୍ତ୍ତନ ଘଟେ । ଏହି ଋତୁରେ ଚର୍ମର ଶୁଷ୍କତା ମଧ୍ୟ ବୃଦ୍ଧି ପାଇଥାଏ । ଏହି କାରଣରୁ, ଚର୍ମ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ବଢିଥାଏ । ମୁହଁଠୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରିବାରେ ଆଲୋଭେରା ସାହାଯ୍ୟ କରିଥାଏ ।ଥଣ୍ଡା ପାଗରେ ଚର୍ମରେ ଆର୍ଦ୍ରତା ବଜାୟ ରଖିବା ପାଇଁ ଆପଣ ଆଲୋଭେରା ଜେଲ୍ ପ୍ରୟୋଗ କରିପାରିବେ । ଆଣ୍ଟିଅକ୍ସିଡାଣ୍ଟ ସହିତ ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ମଧ୍ୟ ଥାଏ ।ଆଲୋଭେରା ଏବଂ ବାଦାମ ତେଲର ମିଶ୍ରଣକୁ ପ୍ରୟୋଗ କଲେ ମୁହଁରେ ଥିବା ଅନେକ ଦିନର ଦାଗ କମିଯାଏ । ବାଦାମ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଇ ଥାଏ, ଯାହା ସ୍କିନକୁ ଗ୍ଳୋଇଂ କରିବାରେ ସାହାଯ୍ୟ କରିଥାଏ । ଗ୍ଳୋଇଂ ସ୍କିନ୍ ପାଇଁ ଆଲୋଭେରା ଏବଂ ନଡିଆ ତେଲର ମିଶ୍ରଣ ମଧ୍ୟ ବହୁତ ଭଲ ହୋଇଥାଏ । ଆପଣଙ୍କୁ କହିରଖୁଛୁ ଯେ ନଡିଆ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ E ସହିତ ଅନେକ ମିନେରାଲସ ମଧ୍ୟ ମିଳିଥାଏ । ଏହାକୁ ପ୍ରୟୋଗ କରିବା ଦ୍ୱାରା ସ୍କିନ ଡ୍ରାଏ ହୋଇନଥାଏ ।

Leave a Reply

Your email address will not be published. Required fields are marked *