ରାଜ୍ୟ

ଓଡିଶାରେ ଫେଙ୍ଗଲ ପ୍ରଭାବ

Spread the love

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଗତକାଲି ଠାରୁ ରାଜ୍ୟର କିଛି ଜିଲ୍ଲାରେ ଆକାଶ ମେଘାଚ୍ଛନ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇଛି । ସେହିପରି ଆଜି ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଫେଙ୍ଗଲ’ । ତାମିଲନାଡୁ, ପୁଡୁଚେରୀ ମଧ୍ୟରେ ଉପକୂଳ ଅତିକ୍ରମ କରିବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦ କିମି ରହିବ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ବାତ୍ୟାକୁ ନେଇ ଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *