ରାଶିଫଳ

ଆଜିର ରାଶିଫଳ

Spread the love

ମେଷ : ଗୃହ ସାଜସଜ୍ଜା କାମର ଚାପ ପ୍ରଭାବରୁ ଟେନ୍‌ସନ ଲାଗିରହିବ । ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ମାନସିକ ଅଶାନ୍ତିର କାରଣ ହୋଇପାରେ । ବିବାଦୀୟ ଘଟଣା ଭିନ୍ନ ରୂପ ଧାରଣ କରିପାରେ । ଆନୁଷ୍ଠାନିକ କାମକୁ ଆମନ୍ତ୍ରିତହୋଇ ଉପଢୌକନ ଓ ସମ୍ମାନ ପାଇପାରନ୍ତି ।

ବୃଷ : ଆଜିର ମାନସିକ ଅସ୍ଥିରତା ମଧ୍ୟରେ ବ୍ୟସ୍ତବିବ୍ରତ କରାଇପାରେ । ଫଳରେ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇନେବାରେ ଅସୁବିଧା ହେବ । ବିଶେଷ ଗୁରୁତର ନ ହେଲେ ମଧ୍ୟ ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିପାରନ୍ତି ।

ମିଥୁନ : ଆଜି ଯାହା କରିବା ପାଇଁ ଚିନ୍ତା କରିଛନ୍ତି ସେଥିରେ ଅସୁବିଧା ହେବନାହିଁ । କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ ଯାହାକି ଅସୁସ୍ଥତାର କାରଣ ହୋଇପାରେ । କର୍ମଜଞ୍ଜାଳର ବହୁଳତା କାରଣରୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ ।

କର୍କଟ : ହସଖୁସି ପରିବେଶରେ ବନ୍ଧୁଙ୍କ ସହାନୁଭୂତିର ସୁଯୋଗ ଲାଭକରି ନିଜକୁ ଧନ୍ୟ ମନେକରିବେ । ଯେଉଁ କାମଟିକୁ ଆଜି ଯାଏଁ କରି ପାରୁ ନ ଥିଲେ ଆଜି ତାହା ସୁବିଧାରେ ହୋଇଯିବ । ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ ।

ସିଂହ : ଦୀର୍ଘଦିନ ହେଲା ଯେଉଁ କାମଟିକୁ ଆରମ୍ଭକରିବାକୁ ମନ ବଳାଇଥିଲେ ଆଜି ତାହା ସମ୍ପନ୍ନ କରିବେ । ଦକ୍ଷତା ଓ ପରୋପକାର ପ୍ରବୃତ୍ତି ଯୋଗୁ ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧିପାଇବ। ରାଜନୀତି, ସଙ୍ଗଠନ, ସାମ୍ବାଦିକତା ଏବଂ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।

କନ୍ୟା : ଆଜି ପରିବାରରେ କିଛି ଅଭାବ ଓ ଅସୁବିଧାକୁ ନେଇ ଆଲୋଚନା ହୋଇପାରେ । ବାଣିଜ୍ୟ ବ୍ୟବସାୟ ପାଇଁ ଦିନଟି ଭଲ, କିନ୍ତୁ ସାମାନ୍ୟ ପ୍ରତିରୋଧ ଆସିବ । ସମ୍ପର୍କୀୟଙ୍କୁ କରଜ ଦେଇଥିବା ଟଙ୍କାକୁ କେନ୍ଦ୍ରକରି ଟଣା ଓଟରା ଲାଗିପାରେ ।

ତୁଳା : ଦୀର୍ଘଦିନ ଧରି ଲାଗିରହିଥିବା ସ୍ବାସ୍ଥ୍ୟଗତ ସମସ୍ୟା ମନକୁ ଦୁଃଖ କରିବ । ଯାହାଙ୍କଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇବାରୁ ମନ ଭଲ ରହିବ ନାହିଁ । ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।

ବିଛା : ଆଜି ଭୁଲ୍‌ ବୁଝାମଣା କାରଣରୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । କଳା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ।

ଧନୁ : ଭଲ ସମ୍ପର୍କ ନ ଥିବା ଲୋକମାନଙ୍କ ନିକଟରୁ ପ୍ରଶଂସା ଆଶା କରିବା ମୂଲ୍ୟହୀନ ହେବ । ଅନ୍ୟମାନଙ୍କ ଘରୋଇ କଥାରେ କିମ୍ବା କାମରେ ମୁଣ୍ଡ ପୂରାନ୍ତୁ ନାହିଁ । ସଭା ସମିତି, ଆନୁଷ୍ଠାନିକ କାମ, କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ ।

ମକର : ନିଜ ଲୋକଙ୍କ ସାହାଯ୍ୟ ସହଯୋଗର ଅଭାବ ଯୋଗୁ ଭାବିଚିନ୍ତି କାମ କରିବା ଭଲ ହେବ । ଅଫିସରଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି । ରୋଗପୀଡ଼ା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ ।

କୁମ୍ଭ : ଗୋଟିଏ ସମସ୍ୟା ଶେଷ ନ ହେଉଣୁ ଅନ୍ୟ ଏକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ, କିନ୍ତୁ କୌଣସି କାମ ଅଟକିବ ନାହିଁ । ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଲାଗି ରହିବ ।

ମୀନ : ସବୁ ଭଲ ଥିଲେ ମଧ୍ୟ ପୁଅଝିଅଙ୍କ ବାହାଘର ସମସ୍ୟା ନେଇ ବ୍ୟସ୍ତ ରହିପାରନ୍ତି । ଆକସ୍ମିକ ଭାବରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବା ଦିଗରେ ଜଣେ ପୁରୁଣା ବନ୍ଧୁ କିଛି ଖବର ନେଇ ଆସିପାରନ୍ତି । ପୂର୍ବସ୍ଥିରୀକୃତ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ ।

Leave a Reply

Your email address will not be published. Required fields are marked *