ବାରବାଟୀରେ ମ୍ୟାଚ୍ ପୂର୍ବରୁ ଆଜି ଅଭ୍ୟାସ କରିବେ ଭାରତୀୟ ଖେଳାଳି
ରବିବାର ବାରବାଟୀ ଷ୍ଟାଡିୟମରେ ହେବ ଭାରତ-ଇଂଲଣ୍ଡ ଟକ୍କର । ଏଥିଲାଗି ଗତକାଲି ଭାରତ ଏବଂ ଇଂଲଣ୍ଡ ଦଳ ଭୁବନେଶ୍ଵରରେ ପହଞ୍ଚିଛନ୍ତି । ତେବେ ଆଜି ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ଅପରାହ୍ଣ ୫ଟାରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । କିନ୍ତୁ ଇଂଲଣ୍ଡ ଟିମ୍ ଅଭ୍ୟାସ କରିବାକୁ ଯିବ ନାହିଁ । ଇଂଲଣ୍ଡ ଟିମର ଅପରାହ୍ଣ ୧ଟାରୁ ୪ ପର୍ୟ୍ୟନ୍ତ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଟିମ କଟକ ନଯାଇ ଭୁବନେଶ୍ବର ଗଲ୍ଫ କ୍ଲବରେ ଖେଳିବେ ବୋଲି ଜଣାପଡିଛି ।ସୂଚନା ଅନୁସାରେ ରୋହିତ ଶର୍ମାଙ୍କ ନେତୃତ୍ଵାଧିନ ଭାରତୀୟ ଦଳ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ଅଭ୍ୟାସ ଲାଗି ବାରବାଟୀ ଷ୍ଟାଡିମୟରେ ମୋଟ୍ ୬ଟି ପିଚ୍ ପ୍ରସ୍ତୁତ କରାଯାଇଛି।

