ନୂଆ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର
ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଇଛନ୍ତି ଜ୍ଞାନେଶ କୁମାର । ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏହି ପଦବୀରେ ୨୦୨୯ ମସିହା ଜାନୁଆରୀ ୨୬ ଯାଏ ଦାୟିତ୍ବରେ ରହିବେ ।ଗତକାଲି ସିଇସି ପଦରୁ ଅବସର ନେଇଥିସଲେ ରାଜୀବ କୁମାର । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ଅଫିସର ଜ୍ଞାନେଶ କୁମାର । ଗତ ବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା । ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରିଥିଲେ ।୨୬ତମ ମୁଖ୍ୟ ନିର୍ବାଚନ କମିଶନର ଭାବରେ କାର୍ଯ୍ୟକାଳ ମଧ୍ୟରେ, ଜ୍ଞାନେଶ କୁମାର ଚଳିତ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ଏବଂ ୨୦୨୬ରେ କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦାୟୀ ରହିବେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟକାଳ ମଧ୍ୟରେ ଜମ୍ମୁ-କଶ୍ମୀରରେ ସମ୍ବିଧାନର ଧାରା ୩୭୦ର କିଛି ବ୍ୟବସ୍ଥା ଉଚ୍ଛେଦ ପରେ ସେ ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ୧୫ ମାର୍ଚ୍ଚ ୨୦୨୪ରେ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

