ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ତୁମୁସିଙ୍ଗା ଥାନା ଗୁନେଇବିଲି ଗ୍ରାମରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି।ନିଜ ଘର ସାମ୍ନାରେ ଥିବା ଗ୍ୟାରେଜ ଘର ଭିତରେ ମୃତଦେହ ପଡ଼ିଥିବା ବେଳେ ଘର ବାହାରେ ପଡିଛି ତାଲା |ପ୍ରଭାତୀ ସବୁଦିନ ପରି ରାତିରେ ଖାଇପିଇ ସାରି ଘରେ ନିଜ ପୁଅ, ଝିଅ ଓ ଶ୍ୱଶୁର ଓ ଜଣେ ଦିବ୍ୟାଙ୍ଗ ଦିଅରଙ୍କ ସହ ଘରେ ଶୋଇଥିଲେ । ସକାଳୁ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡ଼ାକିଥିବା ବେଳେ ଶଶ୍ୱର ବୋହୂ ଘରେ ନଥିବା କହିଥିଲେ । ପରେ ପରିବାର ଲୋକ ଏଣେତେଣେ ଖୋଜାଖୋଜି କରିବାରୁ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ । ଘର ତାଲା ଭାଙ୍ଗିବାରୁ ପ୍ରଭାତୀ ଘର ଭିତରେ ସନ୍ଦେହ ଜନକ ଭାବେ ମରିପଡ଼ିଥିବା ଦେଖିବାକୁ ପାଇଥିଲେ ।ଏନେଇ ପ୍ରଭାତୀଙ୍କ ଶଶ୍ୱର ତୁମୁସିଙ୍ଗା ଥାନାରେ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ପରିସ୍ଥିତିକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।

