ଦେଶରେ ସପ୍ତମ ରପ୍ତାନୀରେ ଦୌଡୁଛି ଓଡ଼ିଶା, ବର୍ଷକରେ ବଢ଼ିଛି ୬୬ ପ୍ରତିଶତ, ଶ୍ରେଷ୍ଠ ୩ ଜିଲ୍ଲାରେ ଝାରସୁଗୁଡା
ସାରା ଦେଶରେ ଓଡିଶା ସପ୍ତମ ବୃହତମ ରପ୍ତାନୀକାରୀ ରାଜ୍ୟ । ଅନେକ କ୍ଷେତ୍ରରେ ଓଡ଼ିଶାକୁ ପଛୁଆ ରାଜ୍ୟ ଭାବେ ଗଣା ଯାଉଥିଲା । ହେଲେ ବିଦେଶକୁ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଅନେକ ଆଗୁଆ ରାଜ୍ୟ ଓଡ଼ିଶାଠାରୁ ଢେର ପଛରେ । ନିକଟରେ ପ୍ରକାଶ ପାଇଥିବା ନୀତି ଆୟୋଗ ରିପୋର୍ଟରୁ ଏହା ଜଣା ପଡିଛି । ୨୦୨୧-୨୨ଆର୍ଥିକ ବର୍ଷରେ ଓଡ଼ିଶାରୁ ପ୍ରାୟ ୧ଲକ୍ଷ ୪୦ହଜାର କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ରପ୍ତାନୀ ହୋଇଛି । ରାଜ୍ୟ ଜିଡିପିର ୩୫ ପ୍ରତିଶତ ରପ୍ତାନୀ କ୍ଷେତ୍ରରୁ ଆସିଛି । ରପ୍ତାନୀ ଅଭିବୃଦ୍ଧି ୨୦୨୦-୨୧ ତୁଳନାରେ ୬୬ପ୍ରତିଶତ । ୩୯ଟି ଦେଶକୁ ଓଡିଶାରୁ ଆଲୁମିନିୟମ ଆଲୟ, ୧୨ ଦେଶରେ ଲୁହାପଥର ଏବଂ ୨୭ ଦେଶକୁ ଫେରୋକ୍ରୋମ୍ ବିକ୍ରି କରାଯାଇଛି । ୩୬ ଟି ବିଦେଶୀ ରାଷ୍ଟ୍ରକୁ ଓଡିଶା ତିଙ୍ଗୁଡ଼ି ଯାଉଛି । ରପ୍ତାନୀ କ୍ଷେତ୍ରରେ ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦେଶର ୨୫ ଜିଲ୍ଲା ଭିତରେ ଗୁଜରାଟର ଜାମନଗର ଏବଂ ଭରୁଚ ପରେ ଓଡିଶାର ଝାରସୁଗୁଡ଼ା ଟଟ୍ ୩ରେ ରହିଛି । ଅନେକ କ୍ଷେତ୍ରରେ ଓଡ଼ିଶାକୁ ପଛୁଆ ରାଜ୍ୟ ଭାବେ ଗଣାଯାଉଥିଲା । ହେଲେ ବିଦେଶକୁ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଅନେକ ତଥାକଥିତ ଆଗୁଆ ରାଜ୍ୟ ଓଡ଼ିଶାଠୁ ଢେର୍ ପଛରେ । ନିକଟରେ ପ୍ରକାଶ ପାଇଥିବା ନୀତି ଆୟୋଗ ରିପୋର୍ଟରୁ ଏହା ସ୍ପଷ୍ଟ ହେଉଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାରୁ ୧୭.୦୬ ବିଲିୟନ୍ ଡଲାର୍ (ପାଖାପାଖି ୧ ଲକ୍ଷ ୪୦ ହଜାର କୋଟି ଟଙ୍କା) ମୂଲ୍ୟର ସାମଗ୍ରୀ ରପ୍ତାନି ହୋଇଛି । ଆମର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି) ଥିଲା ୩ ଲକ୍ଷ ୯୮ ହଜାର କୋଟି । ଏହାର ଅର୍ଥ ହେଉଛି ରାଜ୍ୟ ଜିଡିପିର ୩୫ ପ୍ରତିଶତ ରପ୍ତାନି କ୍ଷେତ୍ରରୁ ଆସିଛି । ରପ୍ତାନି ଅଭିବୃଦ୍ଧି ୨୦୨୦-୨୧ ତୁଳନାରେ ୬୬% ଓ କରୋନା ପୂର୍ବ ସମୟ ତୁଳନାରେ ୧୫୬% ଉଦ୍ଧ୍ୱର୍ରେ ରହିଛି । ୩୯ଟି ଦେଶକୁ ଓଡ଼ିଶାରୁ ଆଲୁମିନିୟମ ଆଲୟ ରପ୍ତାନି କରାଯାଇଛି । ୧୨ଟି ଦେଶକୁ ଲୌହପଥର, ୨୭ଟି ଦେଶକୁ ଫେରୋ- କ୍ରୋମିୟମ ବିକ୍ରି କରାଯାଇଛି । ଖଣିଜ ପଦାର୍ଥ ଓ ଏଥରୁ ପ୍ରସ୍ତୁତ ଇଂଜିନିୟରିଂ ଉତ୍ପାଦ ସହ ଚିଙ୍ଗୁଡି ରପ୍ତାନିରେ ରାଜ୍ୟ ଢେର ଆଗକୁ ଯାଇଛି । ଏବେ ୩୬ଟି ବିଦେଶୀ ରାଷ୍ଟ୍ରକୁ ଓଡ଼ିଶା ଚିଙ୍ଗୁଡି ଯାଉଛି । ରପ୍ତାନି କ୍ଷେତ୍ରରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦେଶର ୨୫ ଜିଲାଗୁଡିକ ମଧ୍ୟରେ ଗୁଜରାଟର ଜାମନଗର, ଭାରୁଚ ପରେ ଓଡ଼ିଶାର ଝାରସୁଗୁଡା ଟପ୍ ୩ରେ ସାମିଲ ରହିଛି ।
