ସୁନା ଦରରେ ହେଲା ପରିବର୍ତ୍ତନ
ସୁନା କିଣିବା ପୂର୍ବରୁ ଜାଣି ନିଅନ୍ତୁ ସୁନାର ଦର। ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ତେବେ ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୁଣି ବଢିଲା ସୁନା ଦର । ଆସନ୍ତୁ ଜାଣିବା କେତେ ବଢିଲା…
ଆଜି ବି ସୁନା ମହଙ୍ଗା ହୋଇଛି । ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୯୭୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୮୯ ହଜାର ୮୦୦ ଟଙ୍କା ହୋଇଛି।
ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୯୮୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୧,୮୪୦ ଟଙ୍କା ରହିଛି । ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୯,୭୯୭ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୮,୩୭୬ ଟଙ୍କାରେ ରହିଛି ।

