ଦେଶ ବିଦେଶ

୭୧ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

Spread the love

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ବେସାମରିକ ପୁରସ୍କାର ବିତରଣ ସମାରୋହରେ ୭୧ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଗତ ସାଧାରଣତନ୍ତ୍ର ଦିବସରେ ଘୋଷିତ ପଦ୍ମ ପୁରସ୍କାର ବିଜେତାଙ୍କ ମଧ୍ୟରୁ ୭୧ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଆଜିର ସମାରୋହରେ ଏମ ଟି ବାସୁଦେବନ ନାୟାର (ମରଣୋତ୍ତର), ଡି ନାଗେଶ୍ବର ରାଓ, ଲକ୍ଷ୍ମୀନାରାୟଣ ସୁବ୍ରମଣ୍ୟମ୍‌, ଓସାମୁ ସୁଜୁକିଙ୍କୁ (ମରଣୋତ୍ତର)ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ନନ୍ଦମୁରୀ ବାଳକୃଷ୍ଣ, ସୁଶୀଲ କୁମାର ମୋଦୀ (ମରଣୋତ୍ତର)ଙ୍କ ସମେତ ୧୦ଜଣଙ୍କୁ ପଦ୍ମଭୂଷଣ ଓ ୫୭ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ଲାଗି ଘୋଷଣା କରାଯାଇଥିଲା। ଅନ୍ୟ ବିଜେତାଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ପୁରସ୍କୃତ କରାଯିବ।

Leave a Reply

Your email address will not be published. Required fields are marked *