କ୍ରୀଡା

ଭାରତୀୟ କ୍ରିକେଟ ଜଗତକୁ ଏକ ବଡ଼ ଝଟକା

Spread the love

ଟେଷ୍ଟ କ୍ରିକେଟରୁ ବିଦାୟ ନେଲେ ବିରାଟ । ଭାରତୀୟ କ୍ରିକେଟ ଜଗତକୁ ଏକ ବଡ଼ ଝଟକା । ରୋହିତଙ୍କ ପରେ ଟେଷ୍ଟରୁ ସନ୍ନ୍ୟାସ ନେଲେ କିଙ୍ଗ କୋହଲି । ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏ ନେଇ ସୂଚନା ଦେଇଛନ୍ତି ।
ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବିରାଟ ଲେଖିଛନ୍ତି, “ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ‘ବ୍ୟାଗି ବ୍ଲୁ’ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି । ଏହି ଫର୍ମାଟ୍ ମୋତେ କେତେ ଦୂର ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଟେଷ୍ଟ କ୍ରିକେଟ ମୋର ଅନେକ ପରୀକ୍ଷା ନେଇଥିଲା, ମୋତେ ତିଆରି କରିଥିଲା ଏବଂ ମୋତେ ଏପରି ଶିକ୍ଷା ଦେଇଥିଲା ଯାହାକୁ ମୁଁ ଜୀବନ ସାରା ମୋ ସହିତ ରଖି ଆଗକୁ ବଢ଼ିବି ।”

ଗତ କିଛିଦିନ ହେଲାଣି ବିରାଟଙ୍କ ଅବସର ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । ବିରାଟ ବିସିସିଆଇ ନିକଟରେ ଟେଷ୍ଟ କ୍ୟାରିଅର ଶେଷ କରିବା ନେଇ ସୂଚନା ମଧ୍ୟ ଦେଇଥିଲେ । କିନ୍ତୁ ବିସିସିଆଇ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜକୁ ଆଖିରେ ରଖି ତାଙ୍କୁ ଅବସର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ କହିଥିଲା । ତେବେ ମାନସିକ ଭାବେ ନିଜକୁ ଅବସର ପାଇଁ ପ୍ରସ୍ତୁତ କରି ସାରିଥିବା ବିରାଟ ଆଉ ନିଷ୍ପତ୍ତିରୁ ଓହରିବାକୁ ରାଜି ନାହାନ୍ତି ।

Leave a Reply

Your email address will not be published. Required fields are marked *