ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ମୁମ୍ବାଇ : ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ କ୍ୟାନ୍ସର ଶେଲ୍ଟର ହୋମରେ ଏକ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ର ଅଧ୍ୟକ୍ଷ ଡା. ବିପିନ ବିହାରୀ ମିଶ୍ର ଅଧ୍ୟକ୍ଷତା କରି ଅନ୍ତେବାସୀଙ୍କ ସହ ଉପସ୍ଥିତ ଲୋକମାନଙ୍କୁ କ୍ୟାନ୍ସର ରୋଗ ସହ ଲଢ଼ିବା ପାଇଁ ଆହ୍ୱାନ ଦେବା ସହ ଆବଶ୍ୟକ ସହଯୋଗ କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ | ଡା. ମିଶ୍ର କହିଥିଲେ କି କ୍ୟାନ୍ସର ରୋଗର ଉପଶମ ତଥା ଚିକିତ୍ସାରେ ପ୍ରମୁଖ ଉପାଦାନ ହେଉଛି ସହାନୁଭୂତି ଓ ସହଯୋଗ | ରୋଗର ପ୍ରାଥମିକ ଚିହ୍ନଟ ସହ ତୁରନ୍ତ ଚିକିତ୍ସା ଆରମ୍ଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ସମସ୍ତଙ୍କୁ ଏଥି ପାଇଁ ସଚେତନ ସହ ସାଧ୍ୟମତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ପାରାଡାଇଜ ଗୃପ ଅଫ କମ୍ପାନିର ସାମଗ୍ରୀ ପରିବହନ ବ୍ୟବସ୍ଥାପନର ମୁଖ୍ୟ ସୁରେଶ ସିଂ ଉପସ୍ଥିତ ରହି କ୍ୟାନ୍ସର ପୀଡିତ ମାନଙ୍କୁ ବେଡ଼ସିଟ, ଫଳ, ବିସ୍କୁଟ ଇତ୍ୟାଦି ବଣ୍ଟନ କରିଥିଲେ । ଏଥି ସହ ବମ୍ବେ ଓଡିଆ ମହାସଂଘର ଉପାଧ୍ୟକ୍ଷ ଶ୍ରୀ ବିଜୟ ପାଣିଗ୍ରାହୀ, ସଚିବ ଶ୍ରୀ କୃଷ୍ଣ ମିଶ୍ର ଓ କୋପରଖାନେ ଦୁର୍ଗାପୂଜା ସଂଘର ଉପାଧ୍ୟକ୍ଷ ଯୋଗଦେଇଥିଲେ । ଏହି ସମୟରେ ଶ୍ରୀ ଆମିର ବେହେରା କ୍ୟାନ୍ସର ରୋଗୀଙ୍କ ପାଇଁ ଉପଲବ୍ଧ ହେଉଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଯୋଜନା ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ କ୍ରିଷ୍ଣା ସାହୁ ଓ ଅମିତ ସାହୁଙ୍କ ଦ୍ୱାରା କ୍ୟାନ୍ସର ରୋଗୀଙ୍କୁ ବିସ୍କୁଟ୍, ଫଳ ଓ ଟିଫିନ୍ ବଣ୍ଟନ କରିବାରେ ସାହାଯ୍ୟ କରିଥିଲେ ।

